ସୁବର୍ଣ୍ଣପୁର : (ପ୍ରକାଶ ଚନ୍ଦ୍ର ବେବର୍ତ୍ତା)ସୋନପୁର ସହର ର ଏନ୍. ଜି.ଓ. ସି.ସି. ସଭାଗୃହ ଠାରେ ସୋନପୁର ମହାରାଜା ହାଇସ୍କୁଲ ର ଆଦର୍ଶ ଗଣିତ ଶିକ୍ଷକ ତଥା, ଗୀତା ଭାଷ୍ୟ ସଙ୍କଳନର ରଚୟିତା ପ୍ରସନ୍ନ କୁମାର ପଣ୍ଡାଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ଏକ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଟିତ ହୋଇଛି l ଏଥିରେ ଶତାଧିକ ଲୋକ ଚକ୍ଷୁ ପରୀକ୍ଷା କରିବା ସହିତ ନାସା, ଗଳା, କର୍ଣ୍ଣ, )ସୁଗର ଓ ବ୍ଲଡ ପ୍ରେସର୍ ପରୀକ୍ଷା କରାଯାଇଥିଲା l

ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠି, ପୌର ପରିଷଦ ଅଧ୍ୟକ୍ଷl ତାମସି ତାମସ୍ମିତା ନାଏକ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ମହାନଦୀ ନେତ୍ର ଚିକିତ୍ସାଳୟ ଆଖି ଡ଼ା ପ୍ରଶାନ୍ତ ସିଂହ, ନାଶା ଗଳା କର୍ଣ୍ଣ ବିଭାଗର ଡାକ୍ତର ଲକ୍ଷ୍ମଣ ପଣ୍ଡା ଯୋଗ ଦେଇ ମହତ୍ ଅୟୋଜନ କୁ ଭୂୟସୀ ପ୍ରଶଂସା କରିଥିଲେ l

ଏହି ସେବା କୂ ଆଗକୁ ଆହୁରି ବ୍ୟାପକ କରିବାକୁ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ଶିବିର ର ଆୟୋଜକ ପଠାଣ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶିବିର ପରିଚାଳନା କରା ଯାଇଥିବା ବେଳେ , ମହାନଦୀ ନେତ୍ର ଚିକିତ୍ସାଳୟ, ଓ କ୍ୟୁର୍ବା ସ୍ଵାସ୍ଥ୍ୟ ସେବା ସଂସ୍ଥା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱଚ୍ଛ ଭାରତ ସଂଗଠନ , ଗୋପlଲ ଜି ଯୋଗଳୟ , ରକ୍ତ ଦାତା ସଂଘ, ସାମ୍ୱାଦିକ ସଂଘ , ବରିଷ୍ଠ ନାଗରିକ ସଂଘ, ବାପୁଜୀ କ୍ଳବ୍, ପଏଁରି , କୃଷକ ସଂଘ, ଅଣ ଗେଜେଟେଡ କର୍ମଚାରୀ ସଂଘ ସମେତ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ l ସଭାକୁ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନl କରିଥିବା ବେଳେ ସମାଜସେବୀ ମନୋଜ୍ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l