ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ).ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର “ଜର୍ଣ୍ଣାଲିଷ୍ଟ ଆସୋସେସନ, ହରଭଙ୍ଗା “ଆନୁକୂଲ୍ୟରେ ମଙ୍ଗଳବାର ଦିନ ଠିଡ଼ିକlଜୋର ଜଗନ୍ନାଥ ମନ୍ଦିର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସେବା ମହୋତ୍ସବ l ପ୍ରଥମେ ସର୍ବ ଭାରତୀୟ ସାଧୁ ସନ୍ଥ ସମିଳନୀ ର ଖଣ୍ଡଗିରି ସାଧୁ ଓ ଅଂଚଳ ର ସାଧୁ ସନ୍ଥ ଙ୍କୁ ନେଇ ଗୋ ସେବା ଓପୁରୁଣାକଟକ ବlସିନୀ ବାଉଁଶ ବଣର ରାଣୀ ମା ଭୈରବୀ ଙ୍କ ପୀଠରୁ ରୀତିନୀତି ରେ ପୂଜାର୍ଚନା କରି ଏକ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରା ରେ ଶଙ୍ଖ, ଘଣ୍ଟ, ଘଣ୍ଟା, ନାମ ସଂକୀର୍ତନ, ହରିବୋଲ ହୁଳହୁଳି ରେ ତହସିଲ ଠାରୁ ବାହାରି ମହୋତ୍ସବ ପଡିଆରେ ପହଂଚି ପୁଣି ରୀତିନୀତି ଅନୁଯାଇ ଅବସ୍ଥାପିତ କରାଯାଇଥିଲା l

ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସମ୍ମାନିତ ଅତିଥିଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ,ସାଇ ଚାରିଟେବୁଲ ଟ୍ରଷ୍ଟ ଶିଶୁପାଳ ଗଡ଼ ଭୁବନେଶ୍ୱର ଅଧକ୍ଷ ସଦାଶିବ ଦାସ, ସମାଜ ସେବିକା ସୁମନ ଷଡ଼ଙ୍ଗୀ,ସେବା ମହୋତ୍ସବ ଆବାହକ ସାମ୍ବାଦିକ ବିଭୁଦତ୍ତ ବୋଷ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ, ସମ୍ପାଦକ ଭାଗବତ ମେହେର ମଂଚାସୀନ ରହି ଅlନୁଷ୍ଠାନିକ ଭାବେ ସେବା ମହୋତ୍ସବ ଉଦ୍ଘାଟନ କରିଥିଲେ!ତତ ପରେ ରକ୍ତଦାନ ଶିବିର , ଚକ୍ଷୁ ଚିକିତ୍ସା ଶିବିର କୁ ମୁଖ୍ୟ ଅତିଥିଭାବେ ବୌଦ୍ଧ NAC ଅଧକ୍ଷ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ l ଆଜିର ମାନବ ରୁପି ଭଗବାନ ଙ୍କ ସେବା ପାଇଁ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର,ମେଗା ସ୍ୱାସ୍ଥ୍ୟ ମେଳା ଓ ଔଷଧ ବଣ୍ଟନ , ନାମ ଯଜ୍ଞ, ଅନ୍ନ ଯଜ୍ଞ, ଓ ଆଞ୍ଚଳିକ କଳାକାର ଙ୍କୁ ଭକ୍ତି ମୟ କାର୍ଯ୍ୟକ୍ରମ ଏବଂ ମାନବ ରୁପି ଭଗବାନ ଙ୍କ ସେବାରେ ଜଡିତ ମହାନ ପୁରୁଷ ଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l

ପରେ ଅଂଚଳ ର ସ୍କୁଲ କଲେଜ, ଶିଶୁ ବିଦ୍ୟା ମନ୍ଦିର ଏବଂ ବିଶିଷ୍ଟ ସଂଗୀତ କଣ୍ଠ ଶିଳ୍ପୀ ଙ୍କୁ ନେଇ ଭଜନ ସମାରୋହ ଆୟୋଜନ କରାଯାଇଥିଲା l ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ର ଏଭଳି ନିଆରା କାର୍ଯ୍ୟକ୍ରମ କୁ ନେଇ ପ୍ରଶାସନିକ, ବୁଦ୍ଧି ଜିବି, ସମାଜ ସେବି, ସାଧୁ ସନ୍ଥ ଓ ଜିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି l ଉଦ୍ଘାଟନୀ ର ସମସ୍ତ କାର୍ଯ୍ୟକ୍ରମ କୁ ପୁରୁଣାକଟକ ପୋଲିସ ପ୍ରଶାସନ, ଓଡିଶା ଡ୍ରାଇଭର ମହାସଂଘ, ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ, ବରିଷ୍ଠ ନାଗରିକ ମଞ୍ଚ,ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ ର ସଭାପତି ବନମାଳୀ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ସୁକାନ୍ତ ପଟ୍ଟନାୟକ, କୁନା ବେହେରା, ନାରାୟଣ ଭୋକ୍ତା,ଉପ ସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାଏକ, କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଅକ୍ଷୟ ମହାକୁଡ଼,ପ୍ରଭାତ ନାଏକ, ବିଜୟ ନାଏକ ପ୍ରମୁଖ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l