ଧର୍ମଗଡ଼ ୫/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ସ୍ଥିତ କେଵଡି ପଣ୍ଡରା ମାଳି ସମାଜ ଭବନ ଠାରେ ଜିଲ୍ଲା ସଭାପତି ଇଶ୍ଵର ପୂଝାରୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଜିଲ୍ଲା ର ସମସ୍ତ ଵ୍ଳକ ସଭାପତି ଏଵଂ ଵରିଷ୍ଟ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଵା ଵେଳେ ଗତ ତା ୨୯/୧/୨୪ ରିଖ ଦିନ ଜୁନାଗଡ଼ ସ୍ଥିତ ରେଣ୍ଡୋ ମାଝୀ ସଭା ଗୃହ ଠାରେ ହୋଇଥିବା ବୈଠକ ରେ ସ୍ଥିର ହୋଇଥିବା ମହା ସମାଜ ତା ୩/୩/୨୪ ଦିନ ପଣ୍ଡରା ମାଳି ସମାଜ ର ଏକ ମହା ସମାଜ ହେବା ପାଇଁ ସ୍ଥିର ହୋଇଥିଲା କିନ୍ତୁ ସେହି ମହା ସମାଜ କୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଆଜିକାର ବୈଠକରେ ଉପସ୍ଥିତ ଥିବା କାର୍ଯ୍ୟ କର୍ତ୍ତା ମାନଙ୍କ ପ୍ରସ୍ତାବ କ୍ରମେ ଉକ୍ତ ମହାସମାଜ କୁ ସ୍ଥଗିତ ରଖିବା ପାଇଁ ଆଜି ର ବୈଠକରେ ସ୍ଥିର କରାଗଲା।

ଉକ୍ତ ବୈଠକ କୁ ସଂପାଦକ ଵିଷ୍ଟୁ ପ୍ରସାଦ ନାଏକ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ ଉପସଭାପତି ଵିଦ୍ୟା ଧର ନାଏକ ସାଙ୍ଗଠନିକ ସଂପାଦକ କୈଳାସ ଚନ୍ଦ୍ର ବଣିଆ, ଗୋଲାମୁଣ୍ଡା ଵ୍ଳକ ସଭାପତି ରାହାସ ଵିହାରୀ ନାଏକ, ଧର୍ମଗଡ଼ ସଭାପତି ଫକୀର ନାଏକ, ଦଣ୍ଡପାଟ ସଭାପତି ଅମିନ ରଣା, ବରିଷ୍ଠ କାର୍ଯ୍ୟକର୍ତ୍ତା ଉମାଶଙ୍କର ପୁଝାରୀ, କ୍ଷୀରୋଦ ମାଝୀ, ରାଘବ ନାଏକ,ଜୟ ଶଙ୍କର ନାଏକ, ଦେବରାଜ ନାଏକ ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟ କର୍ତ୍ତା କୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପିତାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।