ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସ୍ଥାନୀୟ ସାଧୁଚରଣ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ଠାରେ ବିଦ୍ୟାଳୟର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ଦିବସ ତଥା ନୂଆ ଓଡିଶା :ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅଧକ୍ଷ ଶ୍ରୀ ଓମପ୍ରକାଶ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି l ସର୍ବ ପ୍ରଥମେ ବରିଷ୍ଠ ଶିକ୍ଷକ ଶ୍ରୀ ନବ କିଶୋର ଦୀପ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ lବିଦ୍ୟାଳୟର ଛାତ୍ରୀଙ୍କୁ ଦ୍ୱାରା ଏକ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଯୋଗ ଦେଇ ଯେଉଁ ଦେଶର ସାହିତ୍ୟ ଯେତେ ଉନ୍ନତ ସେ ଜାତି ସେତେ ବିକଶିତ ବୋଲି ମତ ପ୍ରକାଶ କରିଥିଲେ l

ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଶ୍ରୀ ସୁଦାମ ଚରଣ ପୃଷ୍ଟି ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ଓ ଜଗନ୍ନାଥ ସଂସ୍କୃତି ଉପରେ ଉଦବୋଧନ ଦେଇଥିଲେ l ଅନ୍ୟତମ ସମ୍ମାନିତ ବକ୍ତା ଶ୍ରୀ ଦୀନବନ୍ଧୁ ପତି ଓଡ଼ିଆ ଭାଷାର ବିକାଶ ପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ଆନ୍ତରିକତା ସହ କାମ କରିବାକୁ ପରାମର୍ଶ ଦେଇଥିଲେ lସମ୍ମାନିତ ଅତିଥିରୂପେ ଜିଲ୍ଲା ପରିଷଦ ଜୋନ -7ର ସଦସ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଓଡ଼ିଆ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରୟାସକୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ଲୁହା, ମାତୃଭାଷା ହିଁ ଶିକ୍ଷାର ପ୍ରକୃତ ମାଧ୍ୟମ ହେବା କଥା ବୋଲି ମତବ୍ୟକ୍ତ କରିଥିଲେ l

ପ୍ରଧାନ ଶିକ୍ଷକ ଶ୍ରୀ ସୁବାସଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଧିକାରୀ ଶ୍ରୀ ମେଘୁ ମହାକୁଡ଼ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜୀବ କହଁର ଧନ୍ୟବାଦ ଅର୍ପଣ କରିଥିଲେ l ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା ତର୍କ, ବକ୍ତୃତା, ନୃତ୍ୟ, ଚିତ୍ରାଙ୍କନ,କୁଇଜ ରଙ୍ଗୋଲି, ଝୋଟି, ସାମାଜିକ କାର୍ଯ୍ୟକଳାପ,ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ,କ୍ରୀଡା ଚାମ୍ପିୟନ ଆଦି ବିଭାଗର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,କ୍ଲଷ୍ଟର ସଂଯୋଜକ ଅର୍ଜୁନ କହଁର ଅତିଥି ରୂପେ ଯୋଗ ଦେଇଥିଲେ lବିଦ୍ୟାଳୟର ଜୁନିୟର ରେଡ଼କ୍ରସ ଛାତ୍ର, ପୋଲିସ କ୍ୟାଡେଟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରାଜଲଷ୍ମୀ ପ୍ରଧାନ, ଶ୍ରୀ ବିଭୁତି ମହାକୁଡ଼, ଜସ୍ମିନ ପ୍ରଧାନ, ସଚିନ୍ଦ୍ର କହଁର,ସୋନାଲି ପ୍ରଧାନ,ବ୍ରଜ ଜଗଦଲା, ସ୍ଵାଗତିକା ମହାକୁଡ଼,ପ୍ରେମଲତା ମଲ୍ଲିକ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମିନୀ ସାହୁ, ଶ୍ୟାମସୁନ୍ଦର ସେଠି,ରିତାରାଣୀ ସାମଲ ଓ ସୁକନ୍ୟା ସାହୁ ଏବଂ କର୍ମଚାରୀ ପ୍ରତିଭା ପ୍ରଧାନ, ରୀନା ମହାନନ୍ଦିଆ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l