ବଲାଙ୍ଗୀର ବ୍ୟୁରୋ :୦୨/୦୨ (ନରେନ୍ଦ୍ର ନେଗୀ)ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵର ପକ୍ଷରୁ ମଧୁସୂଦନ ରାଓ ଙ୍କ ଛବିଳ ବର୍ଣ୍ଣବୋଧ ୩୦  ଡିସେମ୍ବର ୨୦୨୩  ସୁଦ୍ଧା ପ୍ରକାଶ ପାଇବାର ଥିଲା ହେଲେ ଜାନୁୟାରୀ ୨୦୨୪  ଶେଷ ସୁଦ୍ଧା ପ୍ରକାଶ ନ ପାଇବାରୁ ଏବେ ଅନେକ ଓଡ଼ିଆ ଭାଷୀ ପାଠକ ଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି. ସୂଚନା ଅନୁସାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରେସ ବାର୍ତ୍ତା ରେ କୁହାଗଲା ଯେ ୧୯୦୧  ମସିହାର ମଧୁସୂଦନ ରାଓ ଙ୍କ ବର୍ଣ୍ଣବୋଧ କୁ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ ମୂଳ ରୂପ ରେ ଛାପିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି.

ସେଥିପାଇଁ ଭକ୍ତକବି ମଧୁସୂଦନ ରାଓ ଙ୍କ ଅଣ ନାତୁଣୀ ସସ୍ମିତା ରଥ ଙ୍କୁ ଅନୁମତି ମଗାଯାଇଥିଲା, ଅପ୍ରାସଙ୍ଗିକ ଶବ୍ଦ କୁ ବାଦ ଦେଇ ପ୍ରକାଶ କରାଯିବ ବୋଲି କହିଥିଲେ . ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କଣ୍ଟାବାଞ୍ଜି ର ସୂଚନା ଅଧିକାର କର୍ମୀ ସୁରଥ ବେହେରା ସୂଚନା ଅଧିକାର ଆଇନ ବଳରେ ରେ ଜାଣିବାକୁ ଚାହିଁଥିଲେ ଯେ ମଧୁସୂଦନ ରାଓ ଙ୍କ ବର୍ଣ୍ଣବୋଧ ପ୍ରକାଶ କରିବା ପାଇଁ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ସେହି ରାୟ ର ଏକକିତା ନକଲ ଦିଆଯାଉ, ଉକ୍ତ ବର୍ଣ୍ଣବୋଧ ର କେଉଁ କେଉଁ ଶବ୍ଦ ଅନାବଶ୍ୟକ ଓ ଅପ୍ରାସଙ୍ଗିକ ହୋଇଛି ତାହିଁର ତାଲିକା ଦିଆଯାଉ, ଏହି ବର୍ଣ୍ଣବୋଧ କେତେ ଖଣ୍ଡ ଛପାଯିବାର ଯୋଜନା ରହିଛି ଏବଂ ଏଥି ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ?

ମଧୁସୂଦନ ରାଓ ବର୍ଣ୍ଣବୋଧ ସ୍କୁଲ ପାଠ୍ୟପୁସ୍ତକ ରେ ସାମିଲ ହେବ କି? ଯଦି ହେବ କେଉଁ କେଉଁ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ହେବ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ରେ ଦିଆ ଯିବ କି? ମଧୁସୂଦନ ରାଓ ବର୍ଣ୍ଣବୋଧ ଛାପିବା ପାଇଁ ତାଙ୍କ ଅଣନାତୁଣୀ ସସ୍ମିତା ରଥ ଙ୍କୁ ଯେଉଁ ଅନୁମତି ମଗା ଯାଇ ଥିଲା ସେହି ଦରଖାସ୍ତ ଏବଂ ଅନୁମତି ପତ୍ର ର ଏକକିତା ନକଲ ଦିଆଯାଉ, ଉକ୍ତ ବର୍ଣ୍ଣବୋଧ ଖୋଲା ବଜାରରେ ବି ମିଳିବ ନା ନାହିଁ? ଯଦି ଖୋଲା ବଜାରରେ ମିଳିବ ଏହା ଦେୟ ଯୁକ୍ତ କି? ଏହି ବର୍ଣ୍ଣବୋଧ ପ୍ରକାଶିତ ଓ ପ୍ରଚଳନ ହେଲେ କେଉଁ କେଉଁ ପାଠ୍ୟପୁସ୍ତକ ରେ ସହାୟକ ହେବ ଯାହା ସରକାରୀ ପାଠ୍ୟପୁସ୍ତକ ରେ ନାହିଁ?

ଏହି ଆବେଦନକୁ ବିଭାଗୀୟ ଅପର ସଚିବ ଅଜୟ କୁମାର ଗମାଙ୍ଗ ପତ୍ର ସଂଖ୍ୟା-6638 ତା. 08/12/2023 ରେ ସୂଚନା ଅଧିକାରୀ ଙ୍କୁ ତଥ୍ୟ ଯୋଗାଇ ଦେବା ପାଇଁ ପ୍ରେରଣ କରିଥିଲେ, କିନ୍ତୁ ଏହାର କୌଣସି ତଥ୍ୟ ନ ମିଳିବାରୁ ୧୨ ତାରିଖ ରେ ପ୍ରଥମ ଅପିଲ ଅଧିକାରୀ ଙ୍କ ନିକଟରେ ଅପିଲ ଦାଖଲ କରିଛନ୍ତି. ତେବେ ଆବେଦନକାରୀ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ଯେ ଓଡିଆ ଭାଷା ପ୍ରତିଷ୍ଠାନ ତରଫରୁ ବର୍ଣ୍ଣବୋଧ ପ୍ରକାଶନ କୁ ନେଇ ଭ୍ରମାତ୍ମକ ତଥ୍ୟ ଦେଇ ଆସୁଛନ୍ତି.

ପ୍ରକାଶ ଥାଉକି ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଗତ ୨୦୧୪  ରେ ଓଡ଼ିଆ ବର୍ଣ୍ଣବୋଧ ମୁଦ୍ରଣ କରା ଯାଇ ରାଜ୍ୟ ସାରା ବଣ୍ଟନ କରିବାର ଥିଲା, ହେଲେ ବଣ୍ଟନ ହେବା ପୂର୍ବରୁ ଏଥିରେ ତ୍ରୁଟି ଅଛି କହି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଏକ ଜନସ୍ଵାର୍ଥ ମାମଲା ରୁଜୁ କରି ବଣ୍ଟନ ଓ ବିକ୍ରୟ ଉପରେ ରୋକ ଲଗା ଯାଇଥିଲା. ଅପର ପକ୍ଷରେ ଉକ୍ତ ବର୍ଣ୍ଣବୋଧ ଯାହା ମୁଦ୍ରଣ ସରିଛି ତାକୁ ବିକ୍ରୟ ଓ ବଣ୍ଟନ କରାଯାଉ ବୋଲି ସୂଚନା ଅଧିକାର କର୍ମୀ ତଥା ରାଷ୍ଟ୍ର ଭାରତୀ ର ସମ୍ପାଦକ ସୁରଥ ବେହେରା ହାଇକୋର୍ଟ ରେ ଜନସ୍ଵାର୍ଥ ମାମଲା ରୁଜୁ କରିଥିଲେ.

W.P. (C) no 15316 ଏବଂ 10134 / 2014 ର ବିଚାର କରି ଉଭୟ ମାମଲା ର ଆବେଦନକାରୀ ଙ୍କୁ ଶୁଣି ଫୈସଲା ନେବା ପାଇଁ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ. ହେଲେ ଭାଷା ପ୍ରତିଷ୍ଠାନ ଦୀର୍ଘ 7 ବର୍ଷ ପରେ କୋର୍ଟ ଙ୍କ ରାୟ କୁ ଅଣ ଦେଖା କରି ପକ୍ଷକାରୀ ଙ୍କୁ ନ ଶୁଣି ବର୍ଣ୍ଣବୋଧ ପ୍ରକାଶିତ କରିବାକୁ ଯାଉ ଥିବା ଅନ୍ଯାୟ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ବେହେରା. ଏହି ପରିସ୍ଥିତିରେ ରେ ପୁଣି ଫେରିବ କି ବର୍ଣ୍ଣବୋଧ ବୋଲି ପାଠକ ଙ୍କ ଭିତରେ ଚର୍ଚ୍ଚା ହେଉଛି.