ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି!ତୃତୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଲୋକସଭା ସାଂସଦ ଅଚୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ଆଦିବାସୀ କୁଇ ଗାୟକ ତଥା ଓଡ଼ିଆ ଚଳଚିତ୍ର ଅଭିନେତା ଜଳନ୍ଧର ବେହେରା, ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା,ମହୋତ୍ସବ କମିଟି ଉପଦେଷ୍ଟା ପ୍ରଦିପ୍ତ ସାହୁ,ମହୋତ୍ସବ କମିଟି ର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ କୁମାର ଭୋକ୍ତା ମଂଚାସୀନ ହୋଇଥିଲେ।ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ମା ରୁଦ୍ର କାଳୀ ଙ୍କ ପାଖରେ ସନ୍ଧ୍ୟା ଆଳତି ଦେଇ ପୂଜାର୍ଚନା କରାଯାଇଥିଲା l

ମଞ୍ଚ ରେ ମଂଚାସୀନ ଅତିଥି ଙ୍କୁ ବ୍ୟାଚ ପ୍ରଡାନ ପୂର୍ବକ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇସ ମ୍ବର୍ଦ୍ଧିତ କରାଯାଇଥିଲା ଓ ସ୍ଥାନୀୟ ପଂଚାୟତ କଲେଜ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ମଞ୍ଚ କାର୍ଯ୍ୟ ପରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ପାରମ୍ପରିକ ଲୋକ ଗୀତ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁନାମ ଧନ୍ୟ ଆଦିବାସୀ କୁଇ ଗାୟକ ତଥା ସିନେ ଜଗତ ର ଅଭିନେତା ଜଳନ୍ଧର ବେହେରା (ଯେ ଡି ଭାଇ ), ସମ୍ବଲପୁରୀ ଷ୍ଟାଇଲିସ ସିଙ୍ଗର ପ୍ରକାଶ କୁମ୍ଭାର, ପଶ୍ଚିମ ଓଡିଶା ର ଶୁରସମ୍ରାଟ ସାନ୍ତୁନ ସାହୁ ଓ ଶୀତଳ ସାହୁ ଙ୍କ ସମ୍ବଲପୁରୀ ସଂଗୀତ ରେ ଦର୍ଶକ ଝୁମି ଥିଲେ।ଏଥି ସହିତ ମିନାବଜାର ଚଟ ପଟି ଖାଦ୍ୟ ଷ୍ଟଲରେ ଦର୍ଶକ ଙ୍କ ବେଶ ଭିଡ଼ ଜମିଥିଲା! ସଞ୍ଜୀବ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ବିକାଶ ବେହେରା ତୁଲେଇ ଥିଲେ।ମହୋତ୍ସବ କମିଟିର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ!