ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଗତକାଲି ବିଳମ୍ୱିତ ରାତିରେ ବାଇକ୍ ଦୁର୍ଘଟଣା । ଚାଲିଗଲା ୨ ଜୀବନ । ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ । ମୃତକ ଦ୍ବୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଠୀପଦର ଗାଁ ର ସିପକ ନାଗ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଭୟେ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟକୁ ଫେରିବା ବେଳେ ଉଫୁଲା ଠାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ଭାରସାମ୍ୟ ହରାଇ ପିଟି ହୋଇ ଥିଲା । ଫଳରେ ଉଭୟେ ଛିଟିକି ପଡ଼ିଥିଲେ । ଦୁହିଙ୍କ ମୁଣ୍ଡରେ ମାଡ଼ ହୋଇଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୧୨ ଦ୍ବାରା ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।