କେସିଙ୍ଗା : (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠର ୨୦୦୨ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ହୋଇଯାଇଛି l ଦୀର୍ଘ ୨୨ ବର୍ଷପରେ ପାଖାପାଖି ୭୫ ରୁ ଉର୍ଦ୍ଧ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ l ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରମାନଙ୍କୁ ସ୍ଵାଗତ କରାଯାଇଥିଲା l ସମସ୍ତଙ୍କ ମୁହଁରେ ଏକ ଖୁସୀ ଦେଖିବାକୁ ମିଳିଥିଲା l ପ୍ରଥମେ ୬ ଜଣ ସ୍ବର୍ଗବାସୀ କରିଥିବା ଛାତ୍ରଙ୍କ ପାଇଁ ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା l ତା ପରେ କେକ୍ କାଟି ତାଙ୍କର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା

ସଭା ପରିଚାଳନା କରିଥିଲେ ସନ୍ତୋଷ ଦଣ୍ଡସେନା ଓ ଇମତିଆଜ ଆଲମ lଛାତ୍ରମାନେ ନିଜ ନିଜର ପରିଚୟ ଦେଇ ତାଙ୍କର୍ ଜୀବନ ବିଷୟରେ କିଛି ସ୍ମୃତି ବ୍ୟାଖ୍ୟା କରିଥିଲେ l ଛାତ୍ରମାନଙ୍କ ପାଇଁ ବିଭିନ୍ନ କିସମର ଖାଦ୍ୟର ବ୍ଯବସ୍ଥା କରାଯାଇଥିଲା l ନାଚ ଗୀତ ରେ ବାତାବରଣ ଦୋହୋଲି ଯାଇଥିଲା l ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

ସବା ଶେଷରେ ସନ୍ତୋଷ ଦଣ୍ଡସେନା ଓ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସୂରଜ ମହାରଣା, ଆଲୋକ ନାଏକ, ଡକ୍ଟର ହରେକୃଷ୍ଣ ଧଳ, ଶୀତଲ ଜୈନ, ଅଜିତ୍ ମାଝି , ନୃସିଂହ ସାହୁ , ସୁଶାନ୍ତ ତାଣ୍ଡି ,ତେଜରାଜ ସାହୁ ସହଯୋଗ କରିଥିଲେ l