କଟକ : କଟକ ଜିଲ୍ଲା ନେମାଳ ଥାନା ବନ୍ଧୁପୁର  ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ମହିଳାଙ୍କୁ ବିଚରାସ୍ତା ରେ ଗୋଡେଇ ଗୋଡେଇ ରଡ଼ ରେ ଆକ୍ରମଣ କଲେ ଦୁର୍ବୁର୍ତ୍ତ l ବୟସ୍କ ମହିଳା ଜଣକ  ଗୁରୁତର ହେବାରୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ  ପରେ  କଟକ ବଡ଼ ଡାକ୍ତରଖାନା ରେ ଭର୍ତ୍ତି l ଦୁର୍ବୁର୍ତ୍ତ  ମହିଳାଙ୍କ ପେଟ ରେ ରଡ଼ ରେ ଆକ୍ରମଣ କରିଥିଲେ, ଯାହା ଫଳରେ ମହିଳା ଙ୍କ ପେଟ ଏବଂ ବେକ ରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି  l

ଏ ନେଇ ନେମାଳ ଥାନା ରେ ପିଡିତାଙ୍କ ପରିବାର ପକ୍ଷରୁ  ଅଭିଯୋଗ ହେବା ପରେ  ନେମାଳ ପୋଲିସ ଅଭିଯୋଗ କୁ ଭିତି କରି ଜଣକୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ କୁ ଖୋଜୁଛି  l ତେବେ  ଘଟଣା କୁ ୮ ଦିନ ବିତିଯାଇଥିଲେ  ବିୱ୍ ଅନ୍ୟ ୩ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ  ପୀଡିତାଙ୍କ ର ପରିବାର ଲୋକେ କଟକ  ଗ୍ରାମାଞ୍ଚଳ ଏସ୍ପି  ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଅନ୍ୟପକ୍ଷରେ ବୟଷ୍ଜ ମହିଳାଙ୍କୁ  ବିଚ୍ ରାସ୍ତା ରେ ଆକ୍ରମଣ କରିବା   ଭିଡ଼ିଓ ସୋସିଆଲ ମେଡ଼ିଆ ରେ ଭାଇରାଲ ହେଉଛି l