ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ର ସର୍ବ ପୁରାତନ ହାଇସ୍କୁଲ ମହାରାଜା ହାଇସ୍କୁଲ ର ୧୯୬୮  ମସିହା ମେଟ୍ରିକ ବ୍ୟାଜ ର ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ ଦାସ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭ ରେ ଯେଉଁ ବନ୍ଧୁ ମାନେ ଇହତ୍ୟାଗ କରି ଚାଲି ଯାଇଛନ୍ତି ସେମାନଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l

ପରେ ଆୟୋଜକ ବ୍ୟୋମକେଶ ଦାସ ବିଭିନ୍ନ ଅଂଚଳ ରୁ ଆସିଥିବା ବନ୍ଧୁ ମାନଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ଆଗାମୀ ଭବିଷ୍ୟତ ସୁଖମୟ ହେଉ ବୋଲି ସୋନପୁର ସହରର ଇଷ୍ଟ ଦେବୀ ମାଁ ଶୁରେଶ୍ବରୀ ପ୍ରାର୍ଥନା କରିଥିଲେ l ବନ୍ଧୁ ମାନଙ୍କ ସହଯୋଗ ରେ ୨୧ ବର୍ଷ ଧରି ଏହି ବନ୍ଧୁମିଳନ ର ଆୟୋଜନ ର ସଫଳତା ହୋଇଥିବାରୁ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ l

ଭବିଷ୍ୟତ ରେ ସମସ୍ତ ଙ୍କ ପାଇଁ ଏହି ବନ୍ଧୁ ମିଳନ ପ୍ରେରଣା ଦାୟୀ ହୋଇ ପାରିବ ବୋଲି ଆହ୍ୱାନ ଦେଇଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଧୁ ଭୂଷଣ ପାଣିଗ୍ରାହୀ, କୃପାସିନ୍ଧୁ ପାଣିଗ୍ରାହୀ, ଥବିର ବିଶି, ପ୍ରଭାକର ସେନାପତି, ପ୍ରଫୁଲ୍ଲ ଚାନ୍ଦ, ମଧୁ ସୁଦନ କର୍ମୀ ଙ୍କ ସହିତ ୧୭  ଜଣ ବନ୍ଧୁ ଯୋଗଦାନ କରିଥିଲେ l ଶେଷରେ ସନ୍ତୋଷ କୁମାର ଦାସ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ସମସ୍ତ ଙ୍କ ସହଯୋଗ ରେ ଏପରି କାର୍ଯ୍ୟକ୍ରମ ବର୍ଷ କୁ ଥରେ ଅନ୍ତତଃ ଚାଲିଥାଉ ବୋଲି କହି ଥିଲେ l