ହରଭଙ୍ଗା :(ଚିତ୍ତରଞ୍ଜନସିଂ)ଜଗତର ନାଥ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ସିଧା ପ୍ରସାରଣ ଆଜି ହରଭଙ୍ଗା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଠିଡ଼ିକା ଜୋର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ,ବ୍ଲକ ଅଧକ୍ଷା ସ୍ନେହ ଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ ପ୍ରଧାନ,ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାଏକ,ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ,୨୨ ଗୋଟି ପଞ୍ଚାୟତ ଜନ ପ୍ରତିନିଧି, ଜନ ସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ରହି ପରିକ୍ରମlର ସିଧା ପ୍ରସାରଣ ଦେଖିଥିଲେ l ପରେ ବ୍ଲକ ର ବିଭିନ୍ନ କଳାକାର ମାନଙ୍କ ଦ୍ୱାରା, ନାମ ସଂକୀର୍ତନ, ପାଲା, ଦାସ କାଠିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l