କାଶୀପୁର:  (ଅଞ୍ଜନ କୁମାର ନାଏକ)ଙ୍କ ଲକ୍ଷ୍ମୀ ମାଝୀଙ୍କ ହତ୍ୟା ଘଟଣକୁ ୧୬ ଦିନର ବିଳମ୍ବ ଏବଂ ପୋଲିସ ର କାର୍ଯ୍ୟକଳାପ କୁ ସଂନ୍ଦେହେ କରି ଆଦିବାସୀ ଝିଅକୁ ତୁରନ୍ତ ନ୍ୟାୟର ଦାବିରେକାଶୀପୁର ବ୍ଲକ ଆଦିବାସୀ ସଂଘ ଏବଂ ବ୍ଲକ ମିଳିତ ସର୍ବଦଳୀୟ ପକ୍ଷରୁ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଟାଏର ଜାଳିବା ସହ ରାସ୍ତାରୋକ ଘଟଣା ରେ ମୃତ ଲକ୍ଷ୍ମୀମାଝିଙ୍କ ପ୍ରତି ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅଖଚଖ ବନ୍ଦ ହୋଇ ଥିଲା।

ଏବଂ ବ୍ୟବସାୟ ପ୍ରତିଷ୍ଠାନ ସବୁ ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହେଇଥିବା ବେଳେ ଲକ୍ଷ୍ମୀ ମାଝିଙ୍କ ପ୍ରତି ହେଇଥିବା ଅବିଚାର ର ଉଚିତ ନ୍ୟାୟ ସକାଶେ ସିବିଆଇ କୁ ତଦନ୍ତ ପାଇଁ କାଶୀପୁର ବ୍ଲକ ଆଦିବାସୀ ସଙ୍ଘ ଏବଂ ବ୍ଲକ ମିଳିତ ସର୍ବଦଳୀୟ ପକ୍ଷରୁ ଦାବି ଉପସ୍ଥାନ ହେଇଥିଲା ।

ଘଟଣାଟି କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନକଟି ଗୁଡା ଗ୍ରାମର ବେଳଧର ମାଝୀ ଙ୍କ ଝିଅ ଲକ୍ଷ୍ମୀ ମାଝି(୨୮) ସେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଏକ ଆଲିଶା ନାମକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ମାଁ ଗୃହରେ କାର୍ଯ୍ୟରତ ଥିଲେ । ଗତ ଡିସେମ୍ବର ୨୧ ତାରିଖରେ କୌଣସି କାରଣ ରୁ ତାଙ୍କୁ ହତ୍ୟା କରାଯାଇ ପରବର୍ତ୍ତୀ ସମୟରେ ନିଆଁ ଲଗେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ହତ୍ୟାକାରୀ। ମୃତ ଦେହକୁ ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ ଉଦ୍ଧାର କରିଥିଲା ।

ହେଲେ ହତ୍ୟା ପରେ ଏବେ ସୁଧା ପୋଲିସ ପ୍ରଶାସନ କାହାକୁ ଗିରଫ କରିଥିବା ସ୍ପଷ୍ଟ ପ୍ରକାଶ ପାଇପାରି ନ ଥିବାବେଳେ ଫୋନ ଟ୍ରାକ ଆଧାର କୁ ମାଧ୍ୟମ କରି ଏସଂକ୍ରାନ୍ତ ରେ ୮ ଜଣ ଙ୍କୁ ପୋଲିସ ଜେରା କରୁଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ପାଇଛି ।

ଆଜକୁ ୧୬ ଦିନ ବିତିଗଲା ହେଲେ ପୋଲିସ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛି ତେଣୁ ଜାତି ଧର୍ମ, ଦଳଗତ ନିର୍ବିଶେଷରେ କାଶୀପୁର ବ୍ଲକ ଆଦିବାସୀ ସମାଜ ସହ ବ୍ଲକ ମିଳିତ ସର୍ବଦଳୀୟପକ୍ଷରୁ ଏହାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ହତ୍ୟାକାରୀକୁ ଫାଶୀ ଦଣ୍ଡ ଦେବା ସହ ଆଦିବାସୀ ଦଳିତ ମହିଳାଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି ବୋଲି ପ୍ରକାଶ କରାଯାଇଛି।ଉକ୍ତ ବନ୍ଦ ପାଳନରେ ଜୟ ମାଝି, ସୁନାସିଂ ମାଝୀ, ଜୟଚନ୍ଦ୍ର ମାଝୀ,ଅଶୋକ ମାଝୀ କେଶବ ମାଝୀ, ପାଇଲ ମାଝୀ, ,ଅଙ୍ଗଦ ନାଏକ, ରତି ନାଏକ, ଅମିତ ଗଉଡ଼, ବିଶ୍ୱମ୍ବର ନାଏକ, ଅନିଲ ଜଏନ,ଦିଲୀପ ନାଏକ, ଜଗିଜୀବନ ନାଏକ ଏବଂ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।