
କେସିଙ୍ଗା:( ପ୍ରୀତେଶ ପଟେଲ)କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ର ନବମ ଶ୍ରେଣୀ ଛାତ୍ର ଓଁ ରାଜ୍ ମିଶ୍ର ଗତକାଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ ରେ ଅନୁଷ୍ଠିତ ଯୁବ ମହାକାଶ ଯାତ୍ରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ ହୋଇ ଇସ୍ରୋ ମୁଖ୍ୟ ଦପ୍ତର କୁ ଯିବାର ଶୋଭାଗ୍ୟ ଅର୍ଜ୍ଜନ କରିଛନ୍ତି।
ରାଜ୍ୟରେ ଚୟନ ହୋଇଥିବା ୨୦ ଜଣ ଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି।ବୁଧବାର ଦିନ ପଠାଣି ସାମନ୍ତ ପ୍ଲାନଟୋରିୟମ ରେ ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗୋଦାନ କରି ଏମାନଙ୍କୁ ସମ୍ମାନିତ କରିଥିଲେ।
ଏହି ଖବର ଜଣାପଡିବା ପରେ ଓଁ ଙ୍କ ପାଖକୁ ସୁବେଛା ର ସୁଅ ଛୁଟିଛି।ତାଙ୍କର ନିଜସ୍ୱ ଉଦ୍ୟମ ରେ ଓଁ ପହଞ୍ଚିଥିବା କହିଛନ୍ତି।ସେ ଗୌନ୍ତିଆ ପଡା ର ବୁଲୁ ମିଶ୍ର ଓ ବନିତା ମିଶ୍ର ଙ୍କ ପୁତ୍ର ଅଟନ୍ତି।