
ନବରଙ୍ଗପୁର:- (ବେଣୁ ଗୋପାଳ ରାଓ)ଆସନ୍ତା 10 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ଦେଶବ୍ୟାପୀ ପାଳନ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା, ହର ଘର ତ୍ରିରଙ୍ଗା, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବିଭାଜନ ବିଭୀଷିକା କାର୍ଯକ୍ରମର ପ୍ରସ୍ତୁତି ପାଇଁ ପାପଡ଼ାହାଣ୍ଡି ଠାରେ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାସଙ୍କ ସଭାପତିତ୍ବରେ ଡାବୁଗାଁ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ବୈଠକ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ !