ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଇନ୍ଦ୍ରାବତୀ ନିକଟରେ ଥିବା ଶ୍ମଶାନ ଉନ୍ନତି ପାଇଁ ନବରଙ୍ଗପୁର ବିଧାୟକ, ନନ୍ଦାହାଣ୍ଡି ବିଡ଼ିଓ, ନବରଙ୍ଗପୁର ପୌର ପାଳିକା ନିର୍ବାହୀ ଅଧିକାର ଆଜି ଶ୍ମସାନ ଏବଂ ବ୍ରିଟିଶ ଦିନର ଇନ୍ଦ୍ରାବତୀ ଲୁହା ବ୍ରିଜ ଓ ରାସ୍ତା ଆଦି ପରିଦର୍ଶନ କରିଥିଲେ ! ଗତ କାଲି in motion,ନବରଙ୍ଗପୁର ଗ୍ରୁପ୍ ତରଫରୁ ମାନ୍ୟବର ବିଧାୟକ ଙ୍କୁ ସାକ୍ଷାତ କରି ଇନ୍ଦ୍ରାବତୀ ଶ୍ମଶାନ ର ମୌଳିକ ସମସ୍ୟା କହିଥିଲେ ! , ଆଜି ପ୍ରତିଶ୍ରୁତି ମୁତାବକ ନବରଙ୍ଗପୁର ବିଧାୟକ ନିଜେ ଅଧିକାରୀ ମାନଙ୍କୁ ସହ ଆସି ସମସ୍ୟା ର ତୁରନ୍ତ ସମାଧାନ ପାଇଁ ବିଧାୟକ କାର୍ଯ୍ୟ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ଥିବା ଦାହ ପିଣ୍ଡି ଉପରେ ଥିବା ଛାତ ସମ୍ପୁର୍ଣ ରୁପେ ନୂତନ ହେବ। ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ନିଜସ୍ଵ ପାଣ୍ଠି ରେ ଏହା ତିଆରି କରାଯିବ ବୋଲି କହିଛନ୍ତି। ଏହା ସହ ନନ୍ଦାହାଣ୍ଡି ବ୍ଲକ ତରଫରୁ ଗୋଟିଏ ନୂତନ ସ୍ନାନାଗାର ଶ୍ମଶାନ ଆରମ୍ଭ ରାସ୍ତା ଦୁଇ ପଟେ ନାଳ ବ୍ୟବସ୍ତା ସହ ସିସି ରୋଡ଼ କରିବା ପାଇଁ ଯୋଜନା କରିବା ସହ ଖୁବ ଶୀଘ୍ର କାମ କରାଯିବ ବୋଲି ନନ୍ଦାହାଣ୍ଡି ବିଡ଼ିଓ କହିଥିଲେ । ଖୁସିର ବିଷୟ ଶ୍ମଶାନ ପରିସର କୁ ଆଊ ଟିକେ ସୁନ୍ଦର ପାଇଁ ଗୋଟିଏ ଛୋଟିଆ ଉଦ୍ୟାନ ତିଆରି କରାଯିଵା ପାଇଁ ବିଧାୟକ ଙ୍କ ନିଜ୍ଵସ ପ୍ରଚେଷ୍ଟା ରେ ଏହି ସବୁ କାର୍ଯ୍ୟ ହେବ ।

ଆଗାମୀ ସାତ ଦିନ ମଧ୍ୟରେ ଗୋଟିଏ ବଡ ସୋଲାର ଲାଇଟ୍ ଶ୍ମଶାନ ପରିସରରେ ଲଗାଇବା ପାଇଁ ନବରଙ୍ଗପୁର ପୌର ପାଳିକା କାର୍ଯ୍ୟ ନିଵାହୀ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ଶ୍ମଶାନ ପରିସର ଶ୍ମଶାନ ଦେଖା ଦେଖି ରକ୍ଷଣ କରୁଥିବା ଦିଲ୍ଲୀପ ର ଭାଙ୍ଗି ଯାଇଥିବା ଘର୍କୁ ଟିଣ ଓ ଅନ୍ୟାନ୍ୟ ଜିନିଷ ର ବ୍ୟବସ୍ତା ଆଜି ପ୍ରଦାନ କରିଥିଲେ ! ଏହା ବ୍ୟତୀତ ଇନ୍ଦ୍ରାବତୀ ପୁରୁଣା ପୋଲ୍ କୁ ସଜାଡି ଗୋଟେ ନୂଆ ରୂପ ପର୍ଯ୍ୟଟକ ଆକର୍ଷଣ ସ୍ଥଳ କରିବା ପାଇଁ ମାନ୍ୟବର ନବରଙ୍ଗପୁର ବିଧାୟକ, ନନ୍ଦାହାଣ୍ଡି ବିଡ଼ିଓ, ନବରଙ୍ଗପୁର ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜାଗା ପରିଦର୍ଶନ କରିଵା ସହ କିପରି କାର୍ଯ୍ୟ ହେବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ !