
ନବରଙ୍ଗପୁର:୬ ।୮ ଅତିଶାନ୍ତ,ସରଳ, ମିଷ୍ଟଭାଷୀ,ଧର୍ମପ୍ରାଣ, ସମସ୍ତଙ୍କ ପ୍ରିୟ ଆଦରଣୀୟ ଗୁରୁଜୀ,ନବରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ, ଚାମୁରିଆଗୁଡ଼ା ନିବାସୀ ଦେବେନ୍ଦ୍ର ଧାକଡଙ୍କ ବୁଧବାର ଦିନ ୩.୦୦ଘଣ୍ଟ। ସମୟରେ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ଚିକିସ୍ଵାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ପ୍ରାୟ ୬୨ ବର୍ଷ ହୋଇଥିଲା । ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କର ଅକାଳ ବିୟୋଗରେ ଆରଏସଏସ, ବିଶ୍ଵ ହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ,ବିଦ୍ୟାର୍ଥୀ ପରିଷଦ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓ ବିଜେପି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସହରର ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ଘରକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ଆତ୍ମୀୟ ସ୍ଵଜନଙ୍କର ସହ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଶବକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶେଷକୃତ୍ୟରେ ସାମିଲ ହୋଇଥିଲେ । ନବରଙ୍ଗପୁର ଜିଲା ସ୍ଵର୍ଗତ ଦେବେନ୍ଦ୍ର ଧାକଡ଼ ଙ୍କ ଭଳି ଜଣେ ପ୍ରଖରରାଷ୍ଟ୍ରବାଦୀ ବିଚାରର ବ୍ୟକ୍ତିଙ୍କୁ ହରାଇଲା, ଯାହାକି ଅପୂରଣୀୟ କ୍ଷତି ବୋଲି ନବରଙ୍ଗପୁର ବିଧାୟକ ଶ୍ରୀ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ।