ଧର୍ମଗଡ଼ ତା ୩/୮( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ରବିବାର କୋକସରା ବ୍ଲକ ପେନସନ୍ ଗ୍ରାହୀ ସଂଘର ସାଧାରଣ ବୈଠକ,ଓ ସମ୍ବର୍ଦ୍ଧନା ସହ ନୂତନ କମିଟି ଗଠିତ । ପେନସନ୍ ଗ୍ରାହୀ ସଂଘର ସଭାପତି ତ୍ରିନାଥ ଠାକୁର ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଥିବା ବେଳେ କଳାହାଣ୍ଡି ଅମଲା ସଂଘ ଉପଦେଷ୍ଟା କେଶରୀ ଦଳେଇ ମୁଖ୍ୟବକ୍ତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶରତ ଚନ୍ଦ୍ର ନାଏକ, କେଶବ ଲାଲ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କ୍ରମରେ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥି ସହିତ ପେନସନ୍ ଗ୍ରାହୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏବଂ ଧର୍ମଗଡ଼ ବିଧାୟକ ଙ୍କୁ ପେନସନ୍ ଗ୍ରାହୀ ସଂଘ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିବେଦନ କରିଥିଲେ।

ଏହି ଅବସରରେ ଜିଲ୍ଲା କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବରେ ଲକ୍ଷ୍ମଣ ଶବର ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଗରୁଡ ଧ୍ଵଜ ମାଝୀ, ସମ୍ପାଦକ ଶ୍ରୀନିବାସ ପ୍ରଧାନୀ, ସହ ସମ୍ପାଦକ ଗଣେଶ୍ୱର ସତନାମି କୋଷାଧ୍ୟକ୍ଷ ଧବଳେଶ୍ଵର ବାଗ, ଉପଦେଷ୍ଟା କମିଟିରେ ମିନି କେତ ପ୍ରଧାନୀ, ତ୍ରିନାଥ ଠାକୁର, ଗୁଣନିଧି ବାଗ, ଗରୁଡ଼ ବାଗ, ବୁଟୁନାଥ ସରାବୁ, ପ୍ରମୁଖ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ କମିଟି ରେ ମୁକ୍ତେଶ୍ଵର ପଟ୍ଟନାୟକ, ତରୁଲତା ରାଉତ, ପ୍ରହଲ୍ଲାଦ ଠାକୁର, ତୁଲସୀ ଜାଲ, ଅଶୋକ ଦାସ, ଅଶୋକ ପୁଝାରୀ, ଡମ୍ବରୁଧର ସରାଫ, ବିଘ୍ନେଶ୍ୱର ପୁରୋହିତ ପ୍ରମୂଖ ଙ୍କୁ ମନୋନୀତ କରାଯାଇଛି । ଏଥିରେ ଅଞ୍ଚଳର ଅନେକ ଅବସର ପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ