
କାଶୀପୁର : ( ଅଞ୍ଜନ କୁମାର ନାଏକ)ଗ୍ରାମାଞ୍ଚଳ ର ବିକାଶ ଭୁଲି ଯାଇଛି ସରକାର !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଆଜି କେତେ ଉନ୍ନତି କରିଛି, ତାହାର ଏକ ନଗ୍ନ ଚିତ୍ର ସାମ୍ନା କୁ ଆସିଛି।କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ ର ପଣସଗୁଡା ଗ୍ରାମର ବିକାଶ !PWD ରାସ୍ତା ଠାରୁ ପଣସଗୁଡ଼ା ଗ୍ରାମକୁ କେବଳ ଦେଢ଼ ରୁ ଦୁଇ କିଲୋମିଟର ହେବ କିନ୍ତୁ ପରୀତାପ ର ବିଷୟ ଆଜି ପର୍ଯ୍ୟନ୍ତ ଏକ ଭଲ ପାଦ ଚଲା ରାସ୍ତା ନିର୍ମାଣ କରିପାରିଲା ନାହିଁ ପ୍ରଶାସନ। ସରକାରଙ୍କ ମାଳ ମାଳ ଯୋଜନା ଆସୁଥିବା ବେଳେ, ଦଶନ୍ଦିରୁ ଦଶନ୍ଦୀ ଧରି ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ର ଶମ୍ବୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବାର ପ୍ରମାଣ ଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଆଶ୍ୱାସନା ଦେବା ସହ ଭୁଆଁ ବୁଲେଇଛି ପ୍ରଶାସନ।
ଜରୁରୀକାଳୀନ ପରିସ୍ଥିତି ରେ ରୋଗୀ, ଗର୍ଭବତୀ, ପ୍ରସୂତି ମାଙ୍କୁ ଏକ ଆମ୍ବୁଲାନ୍ସ ସେବା ଗ୍ରାମକୁ ପଠାଇବାରେ ଏ ସରକାର ଓ ପ୍ରଶାସନ ହାରିଯାଇଛି। ଉକ୍ତ ରାସ୍ତା ଦେଇ କୁନି କୁନି ପିଲା ଜେରକା ବିଦ୍ୟାଳୟ କୁ ନଇଁବଢି ପାରହୋଇ ଯାଉଥିଲେ । ପ୍ରଶାସନ ମୁଖବୋଧିର ହୋଇଥିବା ହେତୁ ଶେଷରେ ଆଜକୁ ତିନି ବର୍ଷ ହଲା ଗ୍ରାମବାସୀ ଓ ଜଣେ ନିଷ୍ଠାବାନ GRS ଶ୍ୟାମଧର ମାଝୀ ନାମକ ଯୁବକ ଏକ କାଠ ପୋଲ ନିର୍ମାଣ କରିଥିଲେ ଯାହା ଅଞ୍ଚଳବାସୀ ଙ୍କ ପାଇଁ ଏକ ଅଭିଶାପ ରୁ ମୁକ୍ତି କରିଥିଲା କିନ୍ତୁ ଏହା ଚିରସ୍ଥାୟୀ ନଥିଲା।ସାହାରା ବର୍ତମାନ ଏହି କାଠ ପୋଲ ଜିରାଜୀର୍ଣ୍ଣ ଅବସ୍ଥାରେ।ଏହି ଭଳି ଲଗାଣ ବର୍ଷାରେ କାହାର ଜୀବନ ମଧ୍ୟ ଚାଲିଯିବାର ଅଧିକା ସମ୍ଭାବନା ଦେଖାଦେଇଛି ଆଜି ପଣସ ଗୁଡା କାଠ ପୋଲ ରାସ୍ତା ରେ।ଯଦି ପାଞ୍ଚଖଣ୍ଡ ଗ୍ରାମବାସୀଙ୍କ ସ୍ୱାଧୀନତା, ସାମାଜିକ ଓ ମୌଳିକ ଅଧିକାର ଅନୁସାରେ ତୁରନ୍ତ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଅଞ୍ଚଳବାସୀ କାଶୀପୁର ବ୍ଲକ ପ୍ରଶାସନ ସମ୍ବୁଖରେ ଧାରଣାଦେବେ ବୋଲି ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି।