
ନବରଙ୍ଗପୁର,୧୯/୭୧୯୭୯ ରେ ନବରଙ୍ଗପୁର ଜିଲ୍ଲା କୁ ଅବହେଳା କରି ଗଢି ଉଠିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ,ନା ମିଳିଲା ପାଣି ନା ବିଦ୍ୟୁତ୍। ୨୦୨୨ ରେ ଇନ୍ଦ୍ରାବତୀ ରୁ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ଉଠାଇ କ୍ଷମତା ଶୂନ୍ୟ କରି ଦିଆଗଲା। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ,ଇନ୍ଦ୍ରାବତୀ ଡେମ୍ ସର୍କଲ କାର୍ଯ୍ୟାଳୟ କରି ଦିଆଗଲା। ଆର୍ଥିକ କ୍ଷମତା ଶୂନ୍ୟ କେବଳ ପ୍ରଶାସନିକ କ୍ଷମତା ପ୍ରାପ୍ତ ନାମକୁ ମାତ୍ର କାର୍ଯ୍ୟଳୟ ରହିଲା,କିନ୍ତୁ ଇନ୍ଦ୍ରାବତୀ ଡେମ୍ ସର୍କଲ ଅଧିନରେ ଥିବା ଡିଭିଜନ ଶିକ୍ଷାନୁଷ୍ଠାନ ,ସ୍ୱାସ୍ଥ୍ୟକେନ୍ଦ୍ର ଡେମ୍ ,କ୍ୱାଟର ରାସ୍ତା ଆଦି ପାଇଁ ବାର୍ଷିକ ଖର୍ଚ୍ଚ ଉଭୟ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଓ ଜଳସେଚନ ବିଭାଗ ପଚାଶ ପଚାଶ ପ୍ରତିଶତ ଖର୍ଚ୍ଚ କରିବେ ବୋଲି ନିର୍ଦ୍ଧାରିତ ହୋଇଥିଲା।
ଏବେ ପୁଣି ଶିକ୍ଷିତ ବେକାର ଯୁବକ ଙ୍କୁ ନିଯୁକ୍ତି ନ ଦେଇ ଇନ୍ଦ୍ରାବତୀ ଡେମ୍ ସର୍କଲ ରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଅବସର ଗ୍ରହଣ କରି ମାସିକ ପଚାଶ ହଜାର ରୁ ଉର୍ଦ୍ଧ୍ବ ପେନସନ ପାଉଥିବା ଅଧିକାରୀ ଙ୍କୁ ପୁନଃ ନିଯୁକ୍ତି ଦେଉଛି। ନିଗମ ଦେଇଥିବା ସେହି ଅବସର ପରେ ନିଯୁକ୍ତି ପ୍ରାପ୍ତ କର୍ମଚାରୀ ଙ୍କ ଦରମା ତଥା ସ୍ବାସ୍ଥ୍ୟ ଇନସେନଟିଭି ବାବଦ ଅର୍ଥ ନିଗମ ର ପଚାଶ ସହ ଜଳସେଚନ ବିଭାଗ ଦେୟର ପଚାଶ ପ୍ରତିଶତ ମଧ୍ୟରେ ଯାଉଛି କି ନା ସ୍ପଷ୍ଟ ସଙ୍କେତ ମିଳି ପାରୁନାହିଁ।ଡେପୁଟି ଜେନେରାଲ ମ୍ୟାନେଜର କାର୍ଯ୍ୟଳୟ ଇନ୍ଦ୍ରାବତୀ ରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ ଗୋପାଳ କୃଷ୍ଣ ପଣ୍ଡା ,ତାଙ୍କ ସ୍ତ୍ରୀ ମଧ୍ୟ ସୂପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସୀମାଞ୍ଚଳ ମିଶ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟଳୟ ଇନ୍ଦ୍ରାବତୀ ରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ତାଙ୍କ ସ୍ତ୍ରୀ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ରେ ଲେବେଲ୍ ୪ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟ ଗୋପାଳ କୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମିଶ୍ର ଙ୍କୁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଇନ୍ଦ୍ରାବତୀ ରେ ମାସିକ ୩୫ ହଜାର ପାରିଶ୍ରମିକ ରେ ନିଯୁକ୍ତି ଦେଇଛି ବିଭାଗ । ନିଯୁକ୍ତି ପାଇଥିବା ପଣ୍ଡା ବାବୁ ମାସ ରେ ଦଶ ଦିନ ହିଁ ଇନ୍ଦ୍ରାବତୀ ରେ ରୁହନ୍ତି ।
ମିଶ୍ର ବାବୁ ଙ୍କ କାର୍ଯ୍ୟ କଣ ବୋଲି ପଚାରିଲେ, ପ୍ରକଳ୍ପ ର କାହାଠାରୁ ଉତ୍ତର ମିଳି ପାରୁନି।ପଣ୍ଡା ବାବୁ ମଧ୍ୟ ମିଶ୍ର ବାବୁ ଙ୍କ କାମ କଣ ଜାଣି ନଥିବାକହୁଛନ୍ତି । ଶିକ୍ଷିତ ବେକାର ଯୁବକ ଙ୍କୁ ନିଯୁକ୍ତି ନ ଦେଇ ମାସିକ ପଚାଶ ହଜାର ରୁ ଉର୍ଦ୍ଧ୍ବ ପାଉଥିବା ଅଧିକାରୀ ସ୍ତରୀୟ ବ୍ୟକ୍ତି ଙ୍କୁ କାହିଁକି ନିଗମ ନିଯୁକ୍ତି ଦେଉଛି ବୋଲି ଜିଲ୍ଲା ବାସି ପ୍ରଶ୍ନ କରିଛନ୍ତ, ଅନ୍ୟ ପକ୍ଷରେ ଅନ୍ୟ ଜିଲ୍ଲା ର ସରକାରୀ ବାବୁ ମାନେ ଅବସର ପରେ ନିଜ ଜିଲ୍ଲା ରେ ରହିବାକୁ ଇଚ୍ଛା ପକାଶ ନ କରି, ଗାଦିମଢ଼ା ବାବୁ ଭାବେ ଅଞ୍ଚଳ ବାସି ଙ୍କୁ ନିଜର ହୁକୁମ୍ ରେ ଶାସନ କରିଥିବା ନଗ୍ନ ଚିତ୍ର ଦେଖିଲେ ମଧ୍ୟ ତୁନି ତାନି ହୋଇଁ ରାଜନୈତିକ ଦଳ ଏଠାରେ ଥିବା ଭଳି ମନେ ହେଉଛି।
ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରେ ଚୁକ୍ତି ଭିତ୍ତିକ ବିଜ୍ଞାନ ଶିକ୍ଷକ ଙ୍କ ସମସ୍ୟା ଲାଗି ରହିଛି,ନିଗମ ର ଏନ୍ ଇ ୱାନ ତିନି ରୁ ଚାରି ଜଣ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିଲେ। ଚୁକ୍ତି ଭିତ୍ତିକ ବିଜ୍ଞାନ ଶିକ୍ଷକ ଙ୍କୁ ନିଗମ ଉଚ୍ଚ ବିଦ୍ୟାଳୟ ରେ ନିଯୁକ୍ତି ନବୀକରଣ କରିଲେ ମାସିକ ଜଣକ ପିଛା ପଚିଶ ହଜାର ମଧ୍ୟରେ ଖର୍ଚ୍ଚ ହୁଅନ୍ତା କିନ୍ତୁ ନ କରି ବିଦ୍ୟାଳୟ କୁ ବିଜ୍ଞାନ ଶିକ୍ଷକ ଶୂନ୍ୟ କରି ଛାଡ଼ି ଦେଇଛି। ଏନ୍। ଇ ୱାନ ମଧ୍ୟରୁ ଦୁଇ ଜଣ ଅବସର ନେଇ ସାରିଛନ୍ତି। ସେମାନେ ପୁନଃ ନିକୁକ୍ତି ପାଇଁ ଆବେଦନ କରିଛନ୍ତି ।
ବିଦ୍ୟାଳୟ ର ଶିକ୍ଷକ ସମସ୍ୟା ସମାଧାନ ର ବିକଳ୍ପ ସ୍ୱରୂପ ସେହି ଦୁଇ ଜଣଙ୍କୁ ନିଗମ ପୁନଃ ନିଯୁକ୍ତି ଦେଉ ନାହିଁ। ସେହିଭଳି ରମେଶ ପାଣି ମଧ୍ୟ ଏନ୍ ଇ ୩ ଭାବେ ଅବସର ନ ନେଉନୁ ତାଙ୍କ ପୁନଃ ନିଯୁକ୍ତି ଆଦେଶ ନିଗମ ଦେଇ ସାରିଲାଣି। ଓଡ଼ିଶା ଜଳ ବିଦ୍ୟୁତ୍
ନିଗମ ବାର୍ଷିକ ଲକ୍ଷାଧିକ ଆର୍ଥିକ ଲାଭ ପାଇ ଆସୁଥିଲେ ମଧ୍ୟ ସାମାଜିକ ଦାୟତ୍ଵ ପାଣ୍ଠି ରୁ ନବରଙ୍ଗପୁର ଜିଲ୍ଲା କୁ ଟଙ୍କାଟିଏ ଦେଉନାହିଁ। ନିଜ ଅଧୀନ ୫୦/୫୦ଆଧାର ରେ ନିଜ ଅଧୀନ ରେ ଥିବା ବିଦ୍ୟାଳୟ ,ସ୍ୱାସ୍ଥ୍ୟକେନ୍ଦ୍ର ଆଦି ରେ ଅବସର ଓ ଖାଲି ପଦବୀ ରେ ନିଗମ କାହିଁକି ନିଯୁକ୍ତି ଦେଉ ନାହିଁ। ଅବସର ପ୍ରାପ୍ତ ଅଧିକାରୀ ଙ୍କୁ କାହା ସ୍ୱାର୍ଥରେ ନିଯୁକ୍ତି ଦେଉଛି ବୋଲି ଜିଲ୍ଲା ବାସି ପ୍ରଶ୍ନ କରିଛନ୍ତି ?