ଧର୍ମଗଡ଼; ୪/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଂଚାୟତର କାଦୋ ପଦର ଗ୍ରାମର ରାଧାକାନ୍ତ ନାଏକ ପି -ଅଲେଖ ନାଏକ ବୟସ ୩୩ ପ୍ରାୟ ୨ ମାସ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେ,ଜି ହସ୍ପିଟାଲ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି l ତାଙ୍କ ପରିବାରର ପକ୍ଷରୁ କହିବା ଅନୁଯାୟୀ ତାଙ୍କ ପାଖରେ ରାସନ୍ କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ମଧ୍ୟ ନାହିଁ ବୋଲି କହିଛନ୍ତି l

ଏହି ଦୁଃଖଦ ସମୟରେ ତାଙ୍କ ପରିବାର କୁ ଭେଟି ଥିଲେ ପାଣ୍ଡରା ମାଳି ସେବା ସଂଘ ର ସଭାପତି ମାନନୀୟ ଉମାକାନ୍ତ ମାଝୀ, କାର୍ଯ୍ୟକାରୀ ସଭାପତି ମାନନୀୟ ଉଦିତ ନାଏକ, ଜିଲ୍ଲା ସଂଯୋଜକ ମାନନୀୟ ସୁମେଶ ବୋଡ଼କିଆ, ସମ୍ପାଦକ ମାନନୀୟ ବିରଞ୍ଚି ବଣିଆ ଓ କୋକସରା ବ୍ଲକ ସମ୍ପାଦକ ମାନନୀୟ କ୍ଷୀର ସିନ୍ଧୁ ବୋଡ଼କିଆ ଉପସ୍ଥିତ ଥିଲେ।