
ନବରଙ୍ଗପୁର : ନବରଙ୍ଗପୁର ଚେଇନା ମାର୍କେଟରେ ସ୍ଥିତ ଶ୍ରୀ ସିରିଡ଼ି ସାଇ ବାବା ମନ୍ଦିର ରେ ଗୁରୁପୂର୍ଣ୍ଣିମା ପାଳିତ ହେଇଯାଇଛି ! ଏହି ଅବସରରେ ସକାଳରୁ ଆଳତି,ହୂମ,ଏବଂ କ୍ଷୀର ଅଭିଷେକ କରାଯିବା ସହ ମନ୍ଦିର ପରିଚାଳନା କମିଟି ତରଫରୁ ଦଶ ହଜାର ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା କରାଯାଇଥିଲା!
ଏହି ଗୁରୁପୂର୍ଣ୍ଣିମା ଅବସରରେ ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ର ସଭାପତି ତଥା ସମାଜସେବୀ ଶ୍ରୀ ଏନ ଗଣେଶ ଅସହାୟ,ଗରିବ , ଭିନ୍ନକ୍ଷମ ବ୍ୟକ୍ତି ମାନଂକୁ ବର୍ଷା ଦାଉରୁ ରକ୍ଷା ପାଇବାପାଇଁ ରେଇନକୋଟ କୋଟ ଏବଂ ସହାୟତା ରାଶି ପ୍ରଦାନ କରିଥିଲେ !
ବାରିକ ସଙ୍ଘ ର ସଭାପତି ଏନ ଗଣେଶ ଏହା ପୂର୍ବରୁ ଅନେକ ଥର ଏପରି ଗରିବ ଅସହାୟ ବ୍ୟକ୍ତି ମାନଂକୁ ସାହାଯ୍ୟ କୋରିଆସୁଛନ୍ତି ! ତାଙ୍କର ଏପରି ମୋହତ କାର୍ଯ୍ୟ ଦେଖି ବିଭିନ୍ନ ମୋହଲରେ ଖୁସି ପ୍ରକଟ କରିବା ସହ ବାରିକ ସଙ୍ଘ ର ସଭାପତି ଙ୍କ ସମାଜସେବା କାର୍ଯ୍ୟ ଏପରି ଚାଲିଥାଉ ବୋଲି ଆଶୀର୍ବାଦ କରୁଛନ୍ତି !