
ଭୁବନେଶ୍ବର /’ଯାଜପୁର :ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ହେପାଜତରେ ଅନିଲର ଚିକିତ୍ସା ଜାରି ରହିଛି। ସେପଟେ ଅଭିଯୁକ୍ତ ଅନିଲ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛି। ମିଳିଥିବା ସୂଚନା ଅନୁସାରେ ଦଶରଥପୁର ଥାନା ଅଧୀନ କରଞ୍ଜମାଳ ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିବା ବେଳେ ତାଙ୍କ ବାନ୍ଧବୀ ମଧ୍ୟ ତାଙ୍କ ସହିତ ଦିଲ୍ଲୀରୁ ଆସିଥିଲେ।
ଯାଜପୁର କୁ ବୁଲି ଆସିଥିବା ଯୁବତୀ କଣ କହୁଛନ୍ତି ଶୁଣାନ୍ତୁ ,ମୁଣ୍ଡ ତଳକୁ ହେଇଯିବ
ମଙ୍ଗଳପୁର ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଏହାପରେ ଅଭିଯୁକ୍ତ ଅନିଲ ଜେନା ଭୟଭୀତ ହୋଇ କନିଆରି ଫଳ ଖାଇଦେଇଥିଲେ।ତେବେ ପୁଲିସ ଅନିଲକୁ ଗିରଫ କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି।