ପୁରୀ : (ମନୋଜ କୁମାର ବଳିଆରସିଂ)ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ପୁରୀ ଷ୍ଟେସନ ମାଷ୍ଟର ଙ୍କ ମାଧ୍ୟମରେ ଦାବିପତ୍ର।ପୁରୀବାସୀ, ଓଡିଶାବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଆଜି ପୁରୀ ରେଳଷ୍ଟେସନ ର ନାମକରଣ ଶ୍ରୀ ଜଗନ୍ନାଥ ସେନା ଦ୍ୱାରା ନାମିତ କରାଗଲା ।ନୂତନ ନାମ “ଶ୍ରୀ ଜଗନ୍ନାଥ ଧାମ ପୁରୀ ରେଳଷ୍ଟେସନ” ।

 

ଯଦି ମୋଗଲ ସରାଇ ଓ ଆଲ୍ହାବାଦ ଷ୍ଟେସନ ର ନାମ ଶ୍ୟାମ ପ୍ରକାଶ ମୁଖାର୍ଜୀ ଟର୍ମିନାଲ ଓ ପ୍ରୟାଗରାଜ ଷ୍ଟେସନ ରଖାଗଲା ତେବେ ପୁରୀ ରେଳଷ୍ଟେସନ ର ନାମ ଶ୍ରୀ ଜଗନ୍ନାଥଧାମ ପୁରୀ ରେଳଷ୍ଟେସନ କାହିଁକି ନହେବ?ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଏହାକୁ ନାମିତ କେଇବାକୁ ଦାବିକରୁଛୁ ।ପୂର୍ବରୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏ ବାବଦରେ ରେଳମନ୍ତ୍ରୀ ଙ୍କୁ ବାରମ୍ବାର ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭେଟି ଏ ଦାବି ଉପସ୍ଥାପନ କରିଛୁ।ମାତ୍ର ଓଡ଼ିଶାର ରେଳମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାନ୍ତି କାହିଁକି?

ପୁରୀ ସାଂସଦ, ପୂର୍ବତନ ବିଧାୟକ ଓ ପୁରୀର ମୁରବି ମାନଙ୍କୁ ନେଇ ନୂଆଦିଲ୍ଲୀ ସ୍ଥିତ ରେଳଭବନରେ ମଧ୍ୟ ରେଳମନ୍ତ୍ରୀ ଙ୍କୁ ଭେଟିଏହା ଜଣାଇଥିଲୁ ତଥାବି ରେଳମନ୍ତ୍ରୀ ଉଦାସୀନତା କଣ ପାଇଁ ?ଜଗନ୍ନାଥ ମହାପ୍ରଭୁଙ୍କ ନାମ କଣ ରେଳମନ୍ତ୍ରୀ ଙ୍କୁ ଭଲ ଲାଗୁନାହିଁ କି?ବର୍ତ୍ତମାନ ପୁରୀ ରେଳଷ୍ଟେସନ ନବୀକରଣ ହେଉଛି ଓ ଏହାହିଁ ପ୍ରକୃଷ୍ଟ ସମୟ ନୂତନ ନାମକରଣ କରିବା ପାଇଁ ଓ ଯଦି ଏବେ ନୁହେଁ ତେବେ କେବେନୁହେଁ।ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବା ରୁ ଏହି ନୂତନ ନାମକରଣ ପାଇଁ ତୁରନ୍ତ ପଦକ୍ଷେପ ନେଇ ଏହାକୁ ଶ୍ରୀଜଗନ୍ନାଥ ଧାମ ପୁରୀ ରେଳଷ୍ଟେସନ ନାମରେ ନାମିତ କରାଗଲେ ହିଁ ଏହା ହେବ ଓଡିଶା ବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମିଙ୍କ ପାଇଁ ଉପଯୁକ୍ତ ପୁରସ୍କାର ।