ବିକାଶ ର ଗତି ତଳମୁହାଁ , କେବେ ସୁଧୁରିବ ବନବାସୀଙ୍କ ସମସ୍ୟା…..
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ସମାଜ ବିକାଶ ଦିଗରେ ବଣ ପାହାଡ଼ ଗୋଟିଏ ପଟେ ବାଧକ ସାଜୁଥିବା ବେଳେ ରାସ୍ତା ସାଜିଛି ବର୍ତମାନ ମୁଖ୍ୟ ବାଧକ l ଉପାନ୍ତ ଭାବପୁର ଛକ ଠାରୁ ଗେରିଡି ସାହି ପ୍ରାୟ ଦଶ କିଲୋମିଟର ରାସ୍ତା ଏବେ ମରଣ ଯନ୍ତା l ଖାଲ ଖମା ସହିତ କାଦୁଅ ପଚ ପଚ l ଚାଲି ଯିବାପାଇଁ ଅସମ୍ଭବ ହେଉଥିବା ବେଳେ ରାସ୍ତା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ମୌଳିକ ସମସ୍ୟା ଦେଖା ଦେଇଛି ରାସ୍ତା ଉପରେ ନିର୍ଭର କରୁଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର 14ଖଣ୍ଡ ଗ୍ରାମର ଜଙ୍ଗଲ ଅଧିବାସୀ ଜନ ସାଧାରଣ ଙ୍କୁ l ପ୍ରତ୍ୟକ ଦିନ କୁସଙ୍ଗ ବଜାର ନିତ୍ୟ ବ୍ୟବହାର୍ଯ୍ୟ ଚାଉଳ, ଡାଲି, ଲୁଣ, ତେଲ ସହିତ ବ୍ୟାଙ୍କ ଓ ସୋସାଇଟି ସେବା ସ୍କୁଲ, କଲେଜ ସହିତ ମହାଲିକ ପଡା ଗ୍ରାମପଞ୍ଚାୟତ,ଚାରିଛକ ବ୍ଲକ, ଥାନା ଉପରେ ଏମାନେ ନିର୍ଭର କରନ୍ତି 14ଖଣ୍ଡ ଗ୍ରାମବାସୀ ଏହି ରାସ୍ତା ଉପରେ l

ପୂର୍ବ ସରକାର ସମୟରେ ଧର୍ମଘଟ ରାସ୍ତା ଅବରୋଧ, ଭୋଟ ବର୍ଜନ ଭଳି ଅନେକ ପଦକ୍ଷେପ ନେଲା ପରେ ଦୁଇଟି ବଡ଼ ବ୍ରିଜ ସମ୍ପୂର୍ଣ ହୋଇପାରିଛି l ବିଡମ୍ବନା ର ବିଷୟ ଗତ ସରକାର ସମୟରେ କିଛି କୁଜି ନେତା ଠିକାଦାର ସାଜି ଏହିରାସ୍ତା ଉପରେ ମୋରମ ପକେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରିଥିବା ଦେଖିବାକୁ ମିଳିଥିବା ବେଳେ ନୂତନ ସରକାର ଆସିଲା ପରେ ମଧ୍ୟ କୁଜି ନେତା ମାନଙ୍କ ଭାତ ହାଣ୍ଡି ସାଜିଛି ଏହିରାସ୍ତା l ଏହି ରାସ୍ତା ବୌଦ୍ଧ ଜିଲାରୁ ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବାରୁ ପ୍ରତି ଦିନ ସହ ସହ ଗାଡି ଯିବା ଆସିବା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନି ସ୍ଥାୟୀ ରାସ୍ତା lଅନ୍ୟପଟେ ଏହିରାସ୍ତା ଦେଇ ବ୍ଲକ ର ଭାବପୁର, ମୁତୁରି ବଣିଆଁ, ହାତୀଗଡ଼, ଘୁଙ୍ଗୁରୁ ପଡା, ନୂଆପଡା, ସେମିଗୁଡା, ପଦ୍ମତୋଳା, ଧୂବାସାହି, ଶ୍ରୀପାଜୁ, ତଇଲା ସାହି, ଗେରି୍ଡିସାହି, ବାଙ୍କଝରି, ଦୁଇସିଙ୍ଗ ଭଳି ଗ୍ରାମବାସୀ ଚଳ ପ୍ରଚଳ କରୁଛନ୍ତି l

ସ୍ୱାଧୀନତା ର ୭୬  ବର୍ଷ ପରେବି ସୁଧୁରୁ ନାହିଁ ରାସ୍ତା ସମସ୍ୟା l ତୁରନ୍ତ ରାସ୍ତା ସମସ୍ୟା ସମାଧାନ ନ କଲେ ଆଗାମୀ ଦିନରେ ରାସ୍ତା ରୋକ ଗଣ ଆନ୍ଦୋଳନ କରିବା ପାଇଁ ଗୋରେଖ ବେହେରା,, ପ୍ରଦୀପ ଗୁରୁ, ବସନ୍ତ କହ୍ନର, ସୁଧୀର ସାମଲ, ଜୟନ୍ତ ଦେହୁରୀ, ନାରଣ ଦେହୁରୀ, ଜନକ ବେହେରା, ରାଜୀବ ଧଳ ପ୍ରଦୀପ ସାହୁ, ସୁମନ୍ତ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି l ଏଇ ପରି ହରଭଙ୍ଗା ବ୍ଲକ ର ଅଧିକାଂଶ ଗ୍ରାମ ରାସ୍ତା କାଦୁଅ ପଚ-ପଚ ଯୋଗୁ ଯିବା ପାଇଁ ବହୁତ ସମସ୍ୟା ହେଉଛି ଯଥା ଧର୍ମ ନଗର୍, ବିଶି ପାଳି , ବାଲି ପଟା ସାହିି, ସୂରୁଣ୍ଡୀ ସାହିି ରାସ୍ତା ସମତେ ୫୦ ରୁ ଉର୍ଦ୍ଧ ଗାଁ ରାସ୍ତା ଅତି ଦୟନୀୟ ଅବସ୍ଥାରେ ଅଛି ୲ ଏ ବାବଦରେ ହରଭଙ୍ଗା ବି•ଡି•ଓ ଶରଚ୍ଚନ୍ଦ୍ର ସେଠି ଙ୍କୁ ପଚାରିବା ରୁ ଏ ବାବଦରେ ଆମେ ଅବଗତ ଅଛୁ, ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆ ଜୀବ ୲