ବେଲଗୁଣ୍ଠ : (ସୁଶାନ୍ତ କୁମାର ବେହେରା )ଢୁ ଢୁ ଖରାରେ ଲାଗିଲା ନିଆଁ, ସବୁ ଜଳିପୋଡ଼ି ପାଉଁଶ ହୋଇଗଲା।ଗଞ୍ଜାମ ଜିଲ୍ଲା ତାରାସିଙ୍ଗୀ ଥାନା ଅଧୀନ ବାରୁଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା । ଘରେ କେହି ନଥିବା ବେଳେ ଘର ଭିତରେ ଲାଗିଥିଲା ନିଆଁ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ସୂଚନା ପ୍ରକାରେ ବାରୁଡ଼ା ଗ୍ରାମର ଗୌରହରୀ ବେହେରାଙ୍କ ପରିବାର ଚାଷ କାର୍ଯ୍ୟପାଇଁ ବିଲକୁ ଯାଇଥିବା ବେଳେ ଅପରାହ୍ନ ସମୟରେ କୌଣସି କାରଣରୁ ରହୁଥିବା ଚାଳ ଘରେ ନିଆଁ ଲାଗିଯାଇଥିଲା । ତେବେ କେଉଁଭଳି ଭାବରେ ନିଆଁ ଲାଗିଲା ପ୍ରକୃତ କାରଣ ଜଣାପଡୁ ନଥିବା ବେଳେ ବିଦ୍ୟୁତ ଶୋର୍ଟ ସର୍କିଟ୍ ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ ଏପରି ଘଟଣା ପରିବାରକୁ ସର୍ବସ୍ବାନ୍ତ କରାଇ ଦେଇଛି, ନିଆଁ ରେ ଅନ୍ୟ ଦୁଇ ପରିବାରର ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପରିବାର ଲୋକେ କହିବା ପ୍ରକାରେ ଝିଅର ବିବାହ ପାଇଁ ୧୦ ତୁଳା ସୁନା ସହ ଲୁଗା ପଟା ଏବଂ ଆସବାବ ପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମବାସୀଙ୍କ ଦାବି ଉକ୍ତ ପରିବାରକୁ ଆଵାସ୍ ଯୋଜନାରେ ସାମିଲ କରିବାକୁ ଦାବି । ଅନ୍ୟପଟେ ଖବର ପାଇଁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ସ୍ଥାନୀୟ ସରପଞ୍ଚ ଏବଂ ତଦନ୍ତ ଆରମ୍ଭ କରି ଖୁବଶିଘ୍ର ତଦନ୍ତ ସାରି ଅନ୍ତୋଦୟ ଘର ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମିଳିଛି ।