ପୁରୀ : ୨୭/୦୫(ମନୋଜ କୁମାର ବଳିଆରସିଂ )ପ୍ରଥମଥର ପାଇଁ ରଥଯାତ୍ରା-୨୦୨୫ ଶାନ୍ତି ଶୃଙ୍ଖଳାରେ ଚାଲିବା ପାଇଁ ୮ଟି ସାହି ପ୍ରତିନିଧିମାନଙ୍କ ସହିତ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ।ଆଗାମୀ ବିଶ୍ଵପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା-୨୦୨୫ କୁ ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଆଜି ପୁରୀ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ, ଆଇ.ପି.ଏସ. ଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ୮ଟି ପ୍ରମୁଖ ସାହିର ପ୍ରତିନିଧିମାନଙ୍କ ସହିତ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହେଲା।

ଏହି ବୈଠକରେ ରଥଯାତ୍ରା ସମୟରେ ସାହିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ଓ ଏହାର ସମାଧାନ ପାଇଁ ପୋଲିସ ପ୍ରଶାସନ ଓ ସାହିମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଶ୍ରୀ ଜନାର୍ଦନ ପାଟଯୋଶୀ ମହାପାତ୍ର, ୮ଟି ସାହିର ସଭାପତି, ସଚିବ ଓ ସିରିୟର ସଦସ୍ୟମାନେ ଅଂଶ ନେଇଥିଲେ। ଏହାସହିତ ପୋଲିସ ଅଧିକାରୀମାନେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସଚିନ ପଟେଲ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ,ସିଟି ଡିଏସ୍ପି ଶ୍ରୀ ପ୍ରଶାନ୍ତ କୁମାର ସାହୁ,ଟ୍ରାଫିକ୍ ଡିଏସ୍ପି ଶ୍ରୀ ରାଜକୁମାର ପରିଡା,ଏସି ଶ୍ରୀ ଘନଶ୍ୟାମ ହେମ୍ବ୍ରମ,ଏସି ଶ୍ରୀ ବିଜୟ କୁମାର ନନ୍ଦ,ଟ୍ରାଫିକ୍ ଆଇଆଇସି ଶ୍ରୀ ଜୟଦୀପ ମୋହାନ୍ତି,ଟାଉନ୍ ଆଇଆଇସି ଶ୍ରୀ ଗୋକୁଲ ରଞ୍ଜନ ଦାସ,ବସେଲିସାହି ଆଇଆଇସି ଶ୍ରୀ ବିକ୍ରମ କିଶୋର ଜେନା,ସିଂହଦ୍ୱାର ଆଇଆଇସି ଶ୍ରୀମତୀ ସ୍ୱେତପଦ୍ମା ଦାଶ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ମୁଖ୍ୟ ଆଲୋଚନା ବିଷୟବସ୍ତୁ ଟ୍ରାଫିକ୍ ପରିଚାଳନା ଓ ଏକମାତ୍ର ଗତିପଥ:ରଥଯାତ୍ରା ସମୟରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ ଓ ଏକମାତ୍ର ଗତିପଥ (ୱାନ ୱେ ଟ୍ରାଫିକ) ଉପରେ ଗଭୀର ଆଲୋଚନା ହୋଇଥିଲା।

ଏସ୍‌ପି ପୁରୀ ଗାଡ଼ି ଚଳାଚଳ ଶୃଙ୍ଖଳିତ ରଖିବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଏହି ଵେବସ୍ତା ସବୁଦିନିଆ ହେବ ସେଥିପାଇଁ ପାଇଁ ପୁରା ବ୍ଲୁ ପ୍ରିଣ୍ଟ ଚାଲୁଅଛି ଖୁବଶୀଘ୍ର ଏହା ଆପଣମାନେ ଏହା ସବୁଦିନିଆ ପାଇଁ ଏକ ଖୁସି ଆଣିବ ସମସ୍ତ ସାହିମାନଙ୍କ ପାଇଁ ।ସାହିମାନଙ୍କ ସମସ୍ୟା:ପୂର୍ବ ଅନୁଭବ ଅନୁଯାୟୀ ଯାତାୟାତ ଜାମ୍, ଅନଧିକୃତ ପାର୍କିଂ, ଅଞ୍ଚଳବାସୀଙ୍କ ଯାତାୟାତ ଅସୁବିଧା ଓ ପ୍ରୋସେସନ ରାସ୍ତା ସ୍ପଷ୍ଟ କରିବାରେ ବିଳମ୍ବ ଭଳି ସମସ୍ୟା ଉଠାଯାଇଥିଲା।
ଏସ୍‌ପି ପୁରୀ ଏହାର ସମାଧାନ ପାଇଁ ତତ୍କାଳ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।


ସାହିମାନଙ୍କ ଭୂମିକା:

ଏସ୍‌ପି ଅଗରୱାଲ ଗୁରୁତ୍ୱ ଦେଇ କହିଥିଲେ ଯେ, ୮ଟି ସାହିର ଅମୂଲ୍ୟ ଯୋଗଦାନ ଓ ସହଯୋଗ ବେଶ କ୍ଷେତ୍ରରେ ଲାଭଦାୟକ ହୋଇଥାଏ।

ସାହି କମିଟିଗୁଡ଼ିକ ପ୍ରଶାସନ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ସେତୁ ବନ୍ଧିବା ଭୂମିକା ନିଭାଉଛନ୍ତି।
ସାହି ସାହିରେ ପୋଲିସିଂ ଓ ସହଯୋଗ:

ଏହି ବୈଠକରେ ସହଯୋଗ ମୂଳକ ଅଧିକ ବୈଠକ ଏବଂ ସମ୍ପ୍ରେଷଣ ଉଦ୍ୟମ ଉପରେ ଆଲୋଚନା ହେଲା।

ସହିମାନଙ୍କ ମଧ୍ୟରୁ ସ୍ୱେଚ୍ଛାସେବକ ଚୟନ, ସଚେତନତା ଅଭିଯାନ ଓ ସାମାଜିକ ମାଧ୍ୟମ ଜରିଆରେ ତଥ୍ୟ ଅଦାନ-ପ୍ରଦାନ କୁ ବୃଦ୍ଧି କରିବା ପ୍ରସ୍ତାବ ରହିଥିଲା।
ବିଶେଷ ନିର୍ଦ୍ଦେଶନା:

ଏସ୍‌ପି ପୁରୀ ପ୍ରାରମ୍ଭିକ ପ୍ରସ୍ତୁତି, ରାସ୍ତା ସଫା ସୁତୁରା ଓ ଲୋକମାନଙ୍କ ସହଯୋଗ ପାଇଁ ଅଭିଯାନ ଆରମ୍ଭ କରିବା ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱେଚ୍ଛାସେବକ ଚୟନ ପାଇଁ ସାହିକୁ ଅନୁରୋଧ କରାଯାଇଛି।

ବୈଠକର ଶେଷରେ ପୋଲିସ ପ୍ରଶାସନ ଓ ସାହି କମିଟିମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ଶାନ୍ତିପୂର୍ଣ୍ଣ ରଥଯାତ୍ରା କାର୍ଯ୍ୟନ୍ୱୟନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ଏସ୍ପି ପୁରୀ ଶ୍ରୀ ବିନୀତ ଅଗ୍ରୱାଲ ଏହି ଅବସରରେ ସମସ୍ତଙ୍କୁ ସମିଳିତ ଭାବେ ଏହି ପବିତ୍ର ଉତ୍ସବକୁ ଉତ୍ତମ ଭାବେ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।