
ହରଭଙ୍ଗା ୧୭/୦୭ (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ବଜାର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ATM ସାମ୍ନା ରେ କୁଢ଼ କୁଢ଼ ମଇଳା। ଗ୍ରାହକ ଙ୍କ ମନରେ ଅସନ୍ତୋଷ। ହରଭଙ୍ଗା ବ୍ଲକ ର ଚାରିଛକ ବଜାର ହେଉଛି ଏକ ବାଣିଜ୍ୟ ର ପେଣ୍ଠ ସ୍ଥଳୀ। ଏଠାରେ ଦୋକାନ ବଜାର ସହିତ, ବ୍ଲକ ଅଫିସ, ତହସିଲ ଅଫିସ, ଥାନା, ଡାକ୍ତରଖାନା, ଶିକ୍ଷଧିକାରୀ ଙ୍କ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ମୃତିକା ସଂରକ୍ଷଣ କାର୍ଯ୍ୟାଳୟ, ଦମକଳ ଅଫିସ ସହିତ ଏକ ଷ୍ଟେଟ ବ୍ୟାଙ୍କ ମଧ୍ୟ ରହିଛି।ପ୍ରତ୍ୟକ ଦିନ ଆଖ ପାଖ ଅଞ୍ଚଳ ର ଅନେକ ସାଧାରଣ ଜନତା ଏବଂ ବ୍ୟବସାୟୀ ମାନେ ବେପାର କରିବା ପାଇଁ ଏଠାକୁ ଆସିଥାନ୍ତି।
ସମସ୍ତ ଙ୍କ ସୁବିଧା ଦୃଷ୍ଟିରୁ ଚାରିଛକ ବଜାର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ATM ଖୋଲା ଯାଇଛି।କିନ୍ତୁ ଦୁଃଖର ବିଷୟ କେହି ଜଣେ ଦୁର୍ବୁତ୍ତ ATM ସାମ୍ନା ରେ ଇଟା ବାଲି ପଥର ଓ ମଇଳା ଆବର୍ଜନା ଗଦା କରିଦେଇଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାହକ ମାନେ ATM କାରବାର ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅସନ୍ତୋଷ ପ୍ରକାଶ ପାଉଛି।ତେଣୁ ଏ ଦିଗରେ ପୋଲିସ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ATM ସାମ୍ନାରୁ ଇଟା ବାଲି ପଥର, ମଇଳା ସବୁ ହଟେଇବା ସହ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାରିଛକ ଅଞ୍ଚଳ ବାସୀ ଦାବୀ କରିଛନ୍ତି।