
କେସିଙ୍ଗା: ୧୭/୦୭ ( ପ୍ରୀତେଶ ପଟେଲ )ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି।
ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ‘ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିକୁ ସହରର ବ୍ଲକ, ଏନ୍ଏସି,ତହସିଲ ଅଫିସ ସ୍କୁଲ, କଲେଜ ବନ୍ଦ ରହିବା ସମେତ ସମସ୍ତ ବସ୍, ଟ୍ରକ୍, ଦୋକାନ ବଜାର, ବ୍ୟବସାୟିକ ବ୍ୟାଙ୍କ, ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ଯାନବାହନ ବନ୍ଦ ରହିଥିବାରୁ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।