
ମୁନିଗୁଡା ୧୭/୦୭ (ରମାକାନ୍ତ ପୋଡାଲ )ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ଡାକରା ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦର ମହକୁମା ଓ ଅମ୍ବାଦଳା ଠାରେ ଶହ ଶହ କଂଗ୍ରେସ କର୍ମୀ କଳାହାଣ୍ଡି ଓ ରାୟଗଡା କୁ ସଂଯୋଗ କରୁଥିବା ୫ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରି ରଖିଛନ୍ତି।ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ଲକ କଂଗ୍ରେସ କର୍ମୀ ମାନେ ରାସ୍ତା ରେ ଟାୟାର ଜାଳି ରାସ୍ତା ରୋକ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱ ରେ ଗାଡି ଗୁଡିକ ଅଟକି ରହିଛି। ଜରୁରୀ କାଳୀନ ଓ ମେଡିକାଲ କୁ ଛାଡି ଦେଲେ ଆଉ ସବୁ ବନ୍ଦ କରାଯାଇଛି। ସ୍କୁଲ କଲେଜ ଓ ବଜାର ବନ୍ଦ ରହିଛି।