
ପୁରୀ: (ମନୋଜ କୁମାର ବଳିଆରସିଂ)ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ ୨୦୨୫ ମସିହାର ଉପଶାସ୍ତ୍ରୀ (+୨ ) ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ମୋଟ ଓଡ଼ିଶାର ୨୨ ଜିଲ୍ଲାରେ ଥିବା ସର୍ବମୋଟ ୧୬୯ ଟି ସଂସ୍କୃତ ମହାବିଦ୍ୟାଳୟର ପରୀକ୍ଷାର୍ଥୀ ୧୨୯ଟି ପରୀକ୍ଷା କେନ୍ଦ୍ରରେ ତା୨୪.୦୨.୨୦୨ ୫ରିଖ ଠାରୁ ତା.୦୬.୦୩.୨୦୨୫ ରିଖ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ।
ମୋଟ ୮୧୬୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୩୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସ୍ ହାର ଶତକତା ୯୦, ୧୮ ରହିଛି । ତନ୍ମଧରୁ ଛାତ୍ରୀମାନଙ୍କ ପାସ୍ହାର ୯୨.୭୪ ଥିବାବେଳେ ଛାତ୍ରମାନଙ୍କର ପାସହାର ୮୭.୮୭ ରହିଅଛି ।
ପ୍ରଥମ ଶ୍ରେଣୀରେ ୧୭୬୫ ଜଣ, ଦ୍ଵିତୀୟ ଶ୍ରେଣୀରେ ୪୭୪୨ ଜଣ, ତୃତୀୟ ଶ୍ରେଣୀରେ ୮୨୨ ଜଣ ଏବଂ କମ୍ପାଟମେଂଟାଲରେ ୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅସାଧୁ ଉପାୟ ଅବଲମ୍ବନ କରିଥିବା ଯୋଗୁଁ ମୋଟ ୨୧ ଜଣଙ୍କର ପରୀକ୍ଷା ଫଳକୁ ରଦ୍ଦ କରାଯାଇଥିବାବେଳେ ୦୩ ଜଣଙ୍କର ପରୀକ୍ଷା ଫଳକୁ ଅନ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି ।