
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )୧୨ତମ ଆନ୍ତ୍ଜାତୀୟ ଆର୍ଟ ଅଫ ଗିଭିଂ ଡେ ପାଳନ ଅବସରରେ ନେବରଗୁଡ଼ ଥିମ୍ କୁ ନେଇ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସର ରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି। ସମାଜସେବୀ ବିଜୟ ଧଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ କଟକ ଭୁଲେଖ ଓ ବନ୍ଦୋବସ୍ତର ଅତିରିକ୍ତ ଆଯୁକ୍ତ ଅକ୍ଷୟ କୁମାର ମଲିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅଧ୍ୟାପକ ଡ଼ ଦାମୋଦର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଆଧ୍ୟାତ୍ମବାଦୀ ବିମ୍ବାଧର ଧଳ, ବରିଷ୍ଠ ଆଇନଜୀବୀ ଅବିନାଶ ସାହୁ ପ୍ରମୁଖ ଯୋଗଦେଇ ଚଳିତ ବର୍ଷର ଥିମ ପଡୋଶୀଙ୍କ ସହ ସୁସମ୍ପର୍କ ଓ ଖୁସି ବାଣ୍ଟିବା ଉପରେ ଆଲୋକପାତ କରିଥିଲେ। ଏଥିସହ କିଟ ଓ କିସର ପ୍ରତିଷ୍ଠାତା ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତଙ୍କ ଏହି ପରିକଳ୍ପନା ଓ ମହତ ଉଦ୍ଦେଶ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ।
ଏଠାରେ ଦେଖନ୍ତୁ ପୁରା ଭିଡିଓ
ଏହି ଅବସରରେ କିଟ ଓ କିସ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କଳିଙ୍ଗ ଟିଭିର ପ୍ରତିନିଧି ଅବିନେଶ୍ୱର ଶତପଥୀ କାର୍ଯ୍ୟକ୍ରମର ଉଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ପ୍ରତିନିଧି ଦେବାଶିଷ ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ବିଶ୍ୱଜିତ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କିଟ ଓ କିସ ପକ୍ଷ ରୁ ପିନାୟକ ମହାପାତ୍ର, ପବିତ୍ର କୁମାର ଜେନା, ସଞ୍ଜୟ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।