ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ରୋଜଗାରର ସାଧନ କେବଳ ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମି ପର୍ଯ୍ୟଟନ ର ବିକାଶରେ ଉଠାଦୋକାନୀ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଗତ ଦୁଇବର୍ଷ ହେବ ପୁରୀ ରେ ଉଠାଦୋକାନୀଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି।ଆଜି ଯାଏଁ ବଡ଼ ଦାଣ୍ଡରୁ ଉଛେଦ ହେଇଥିବା ୧୨୦୮ଦୋକାନୀ ଥଇଥାନ ହେଲେ ନାହିଁ ।ସେମାନେ ନ୍ୟାୟ ପାଇନଥିବା ବେଳେ ଆଜି ଆଉ ଏକ ଦୃଶ୍ୟ ସାମ୍ନା କୁ ଆସିଛି ପୁରୀ ସମୁଦ୍ରକୁଳ ଥାନା ପାଖ ତଥା ମହିଳା କୁଟୀର ସାମ୍ନା ରେ ଦୋକାନୀ ମାନଙ୍କୁ ଅଚାନକ ତା ୧୪.୫.୨୫ରିଖ ସନ୍ଧ୍ୟା୫ ଟା ରେ ନୋଟିସ ମାରି କୁହାଗଲା ଯେ ୨୪ଘଣ୍ଟା ରେ ଖାଲି କରିବାକୁ ଦୋକାନୀ ମାନେ ଜଣେଇଲେ ଯେ ଏହି ଉଛେଦ ବିଷୟ ବର୍ତମାନ କୋୖର୍ଟରେ ବିଚାରଧୀନ ଅଛି ।

ସେ ଅଧିକାରୀ ମାନେନ ଶୁଣିବାରୁ ଦୋକାନୀ ମାନେ ଲିଖିତ ନେଇ ଅଫିସ ରେ ଦେଲେ କିନ୍ତୁ ଆଜି ଅଚାନକ ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ଆସି ଏହାକୁ ଉଛେଦକଲେ ଦୋକାନୀ ମାନେ ଯେତେ ପ୍ରତିବାଦ କଲେ ବି ପୋଲିସ ରେ ଦେଇଦେବେ ବୋଲି ଧମକ ଦେଇ ଦୋକାନକୁ ଉଛେଦ କଲେ ସମସ୍ତ ତଥ୍ୟ ଓ କୋୖର୍ଟ ଆଦେଶ କୁ ମଧ୍ୟ ଶୁଣିଲେ ନାହିଁ ।

ପଚାରିବାରୁ ଓଲଟା କହିଲେ ଯାଅ ତମେ କୋୖର୍ଟ ଆମକୁ ଆଦେଶ ଅଛି ଆମେ ଭାଙ୍ଗିବୁ ।ସେ ଉଛେଦ କରିବା ପରେ ଏନ୍ଫୋର୍ସ ମେଣ୍ଟଅଧିକାରୀ ନିଜେ ଆସିଲେ ,ସେ କହିଛନ୍ତି ଯେ ଏହି ଉଛେଦ ସମ୍ପୁର୍ଣ୍ଣ ବେଆଇନ,ଦୋକାନୀ ମାନଙ୍କୁ କହିଲେ ଆପଣ ସାରଙ୍କୁ କାଗଜ ଦେଖିଇଲେନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ ଏନ୍ଫୋର୍ସମେଣ୍ଟ ଅଧିକାରୀ ଦୋକାନୀ ଭାଇ ମାନେ କହିଲେ ଆମେ ତ ଦେଲୁ କିନ୍ତୁ ସେ ଶୁଣିଲେନାହିଁ ଆମ ଆଦମୀ ପାର୍ଟି ର କର୍ମକର୍ତା ମାନେ ପହଂଚି ଦୋକାନୀ ଭାଇ ମାନଙ୍କୁ ବୁଝେଇ ଶୁଝେଇ ଆସିଲେ କିନ୍ତୁ ଏ ପ୍ରକାର ମାରଣ ନୀତି କୁ ଆପ ବିରୋଧ କରେ ଆଗାମୀ ଦିନରେ ଆପ ଏହାକୁ କୋୖର୍ଟ ପର୍ଯ୍ୟନ୍ତ ନେବ ଆଜି ଆହ୍ୱାନ ଦେଉଛି ସମସ୍ତ ଉଠାଦୋକାନୀ ମାନେ ଏକଜୁଟ ହୁଅନ୍ତୁ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପୁରୀ ଆପ ର ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି ଚେତାବନୀ ଦେଇଛନ୍ତି ଓ ଆପ ମଧ୍ୟ ଜାଣିବାକୁ ଇଛୁକ କିଏ ସେ ବାବୁ ଯେ କୋୖର୍ଟ ଅର୍ଡର ନ ମାନି ଅଧିକାରୀ ଙ୍କୁ ଚାପ ପକାଉଛନ୍ତି ଏ ସବୁ କାର୍ଯ୍ୟ କରିବାକୁ।