ଧର୍ମଗଡ,୧୩/୫(ହେମନ୍ତ କୁମାର ମାଝୀ)ଓଡିଶା ସରକାର ଙ୍କସଡକ,ପରିବହନ ,ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି।ଧର୍ମଗଡ ସହର ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।ସହର ମଧ୍ୟରେ ଥିବା ମାଁ ଇଷ୍ଟ ଦେବୀ ଭଣ୍ଡାରଘରଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ ଆଲୋଚନା କରିଥିଲେ।

ଅନ୍ୟପଟେ ଯଶୋଦା ଅନାଥ ଆଶ୍ରମ ଯାଇ ସ୍ଥିତି ପରଖିବା ସହ ଅନ୍ତେବାସୀ ଙ୍କ ସହ ଭାବ ଆଦାନପ୍ରଦାନ ଓ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ।ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ -ଧର୍ମଗଡ-ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନ କୁ ଗମନାଗମନ ପାଇଁ ବସ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଙ୍କ ଠାରେ ଦାବୀ ଉଠାଇ ଥିଲେ।ଗସ୍ତ ବେଳେ ମନ୍ତ୍ରୀ ଙ୍କ ସହ ,ଶିଶୁଦେଵ ମୁଣ୍ଡ, ହିମାଂଶୁ ଶେଖର ପଣ୍ଡା, ହେମନ୍ତ କୁମାର ମାଝୀ,ଅପ୍ରେସ ସ୍ୱାଇଁ, ବିଷ୍ଟୁ ପ୍ରସାଦ ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ,ସୁକାନ୍ତି ସା,ଅଜୟ ମେହେର,,ମନୀନ୍ଦ୍ର ପାତ୍ର,ବସନ୍ତ ନାଗ ଜନ୍ମେଜୟ ନାଏକ ଲକ୍ଷ୍ମୀ କାନ୍ତ ଵାଗ ସୈାରଭ ମିତ୍ତଲ,ପ୍ରମୁଖ ଉପସ୍ଥିତ ରହିଥିଲେ।