ଧର୍ମଗଡ଼,୧୦/୫(ହେମନ୍ତ କୁମାର ମାଝୀ) ଓଡ଼ିଶା ରକ୍ତଦାତା ମହାସଂଘ ର ଆହ୍ୱାନ କ୍ରମେ ଧର୍ମଗଡ଼ ସ୍ଥିତ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷି ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାହରସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ପୁଲିସ ପ୍ରଶାସନ ସହ ମିଳିତ ଭାବେ ରକ୍ତଦାନ ଶିବିର କରିବା ପାଇଁ ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଟି ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

ଏହି ସଂଗଠନ ର କୋଷାଧ୍ୟକ୍ଷ ମୃତୁଞ୍ଜୟ ନାଏକ,ଗୋବିନ୍ଦ ସାହୁ,ଇଙ୍ଗିତ ମେହେର, ଦୁଷ୍ମନ୍ତ ପଟେଲ,ପରିଚୟ ସୁନାନୀ ପ୍ରମୁଖ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।
ସଂଗଠନ ର ଅଙ୍କିତ ସେଠୀ,ଜ୍ଞାନରଞ୍ଜନ ନାଏକ, ଅଭିଷେକ ବାଗ,ସୁନିଲ ତଣ୍ଡନ,ସାମାଜିକ କର୍ମୀ ଢ଼ଗମାଲିଆ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।