ଧର୍ମଗଡ଼,୯/୬/ ୨୫ (ହେମନ୍ତ କୁମାର ମାଝୀ)ଧର୍ମଗଡ଼ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ । ଧର୍ମଗଡ଼ ସହରରେ ନିର୍ମାଣ ହୋଇଛି ଏହି ଇନଡୋର ଷ୍ଟାଡିୟମ । ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଦିନ ହେବ ଅନେକ ଗୁଡିଏ ସମସ୍ୟା ଉପୁଜୁଛି । ବିଶେଷ କରି ବର୍ଷା ହେଲେ ଛାତ ରୁ ପାଣି ଝରିବା ଓ  ଵହୁ ଦିନ ରୁ ଟାଉନ ହଳ ଠାରେ ଚାଳିଥିବା ଜିମ ପାଇଁ  ସ୍ଥାନାନ୍ତରିତ କରିବା ପାଇଁ ଅଭିଯୋଗ ହେଉଥିଲା।  ଯାହା ଫଳରେ ଖେଳାଳୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ବାରମ୍ବାର ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଢ଼ୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ଏନେଇ ସ୍ଥାନୀୟ ଯୁବକ ଓ ଖେଳାଳୀ  ମାନେ ବିଧାୟକ ଙ୍କୁ ଜଣାଇଥିଲେ । ଏନେଇ ଆଜି ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ସହ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହ ଖେଳାଳୀ ଓ ସ୍ଥାନୀୟ ଯୁବକ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।  ତୁରନ୍ତ

ଛାତ ର ମରାମତି ଓ ଜିମ କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ଅନ୍ୟପଟେ କିଭଳି ବହୁ ସଂଖ୍ୟା ଖେଳାଳୀ ମାନେ ଷ୍ଟାଡିୟମ ରେ ଯୋଗଦେବେ  ଓ ଆହୁରି ଅନେକ ଖେଳ ଉପକରଣ ର ଆବଶ୍ୟକ ନେଇ କ୍ରୀଡ଼ା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ମଧ୍ୟ କହିଥିଲେ ।

ଏହି ପରିଦର୍ଶନ ସମୟରେ ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି,ପୂର୍ବତନ ବିଜେପି ନଗର ସଭାପତି ହେମନ୍ତ କୁମାର ମାଝୀ, ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ,ମୁନା ନାଏକ,ହିମାଂଶୁ ପଣ୍ଡା,ଅମୀୟ ପଣ୍ଡା, ଧର୍ମେନ୍ଦ୍ର ଉଇସାଲ  ଗୈର ଉଇସାଳ ପ୍ରମୁଖ ଉପସ୍ଥିତ ଥିଲେ ।