
ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ) କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ର ୫୦ ବର୍ଷ ପୁର୍ତ୍ତୀ ଅବସରରେ ଆୟୋଜିତ ଏହି ନାମଯଜ୍ଞ କାର୍ଯ୍ୟକ୍ରମ ବହୁ ଆନନ୍ଦ ଉଲ୍ଲାସ ର ସହ ସମ୍ପାଦିତ ହୋଇଛି। ଅଧିବାସ ଦିବସ ରେ ଇନ୍ଦ୍ରାବତୀ କେନାଲ ଠାରୁ ଏକ ଭବ୍ୟ କଳସ ଯାତ୍ରା ରେ ଗ୍ରାମର ବହୁ ମାଁ ଭଉଣୀ ଅଂଶ ଗ୍ରହଣ କରିଥିଲେ।
ବିଶିଷ୍ଟ ଉଦ୍ୟୋଗପତି ସୁଦର୍ଶନ ମୁଣ୍ଡ ଏବଂ ତାଙ୍କ ପତ୍ନୀ ବିଲାସିନୀ ମୁଣ୍ଡ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ଶେଷଦେବ ଯୋଶୀ ପୂଜକ ଏବଂ ଶ୍ରୀପତି ଠାକୁର ସହଯୋଗ କରିଥିଲେ। ବାଙ୍କ ବିହାରୀ ଖମାରି, ବିଜୟ ଚନ୍ଦ୍ର ଠାକୁର,ସୁରେଶ ଚନ୍ଦ୍ର ମୁଣ୍ଡ, ବ୍ରହ୍ମାନନ୍ଦ ଖମାରି,ସୁଶାନ୍ତ କୁମାର ମୁଣ୍ଡ, ରିତେଶ କୁମାର ଠାକୁର, ତାପସ କୁମାର ଠାକୁର, ସନ୍ତୋଷ କୁମାର ପଣ୍ଡା, ସତ୍ୟଜିତ ଖମାରି, ଶୁଭେନ୍ଦୁ କୁମାର ପଣ୍ଡା, ଅଜସ୍ ଖମାରି, ଶ୍ରିୟନ ଠାକୁର ଙ୍କ ସମେତ ଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମର ପୁରୁଷ ଓ ମହିଳା ମାନେ ସକ୍ରିୟ ସହଯୋଗ କରିଥିଲେ। ସୁନାମଧନ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଅଞ୍ଚଳର ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ।