
ପୁରୀ:୬.୫(ମନୋଜ କୁମାର ବଳୀୟାରସିଂ)ରିଖ ଦିନ ସାରସ୍ୱତ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସମ୍ବର୍ଦ୍ଧନା ସଭା ମହାସମାରୋହରେ ପାଳିତ ହୋଇଛି ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମଦ ସ୍ୱାମୀ ଡ଼ଃ ସଙ୍କରାନନ୍ଦ ସରସ୍ବତୀ ମହାରାଜ ଓ ପରିଚାଳନା କମିଟିର ସମ୍ପାଦକ ପ୍ରଫେସର ଡ଼ଃ ଉମାକାନ୍ତ ସୁବୁଦ୍ଧି ମହୋଦୟ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ଓ ସହ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ବିଶୋଇ ସଭା ପରିଚାଳନା କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ମାନେ ସଭାକର୍ଯ୍ୟ ରେ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀ ମାନେ ନିଜନିଜର ଅନୁଭୂତି ପ୍ରଦାନ କରିଥିଲେ।ଚଳିତ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବିଭିନ୍ନ ଗ୍ରେଡ ରେ ଉତିଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କ ବିବରଣୀ ମୋଟ ପରୀକ୍ଷାର୍ଥୀ ୬୩ ଜଣ ,ଏ୧-୪ଜଣ,ଏ୨-୧୬ ଜଣ,ବି୧-୧୨ଜଣ,ବି୨-୧୯ଜଣ,ସି-୮ଜଣ,ଡି-୪ଜଣ ଉତ୍ତୀର୍ଣ୍ଣ ହୋଇ କୃତକାର୍ଯ୍ୟ କରିଥିଲେ।