ପୁରୀ:  (ମନୋଜ କୁମାର ବଳୀୟାରସିଂ)ଆଜି ତା ୪.୫.୨୫ରିଖ ସକାଳ ୧୦ଘଟିକା ସମୟରେ ପୁରୀର ପାଟେରା ମଠ ଠାରେ ଚନ୍ଦନ ମେଳି ଆୟୋଜିତ ହୋଇଯାଇଛି।ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲୋକନାଥ ଦଇତାପତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ଯୁବ ପ୍ରଚାରକ ଏବଂ ଅନେକ ଜଗନ୍ନାଥ ପ୍ରେମୀ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଜଗନ୍ନାଥ ସଂସ୍କୃତି ର କିଭଳି ବହୁଳ ମାତ୍ରାରେ ପ୍ରଚାର ଏବଂ ପ୍ରସାର ହୋଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଜଗନ୍ନାଥଙ୍କର ଭଜନ ଜଣାଣ ମଧ୍ୟ ପରିବେଶଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ନିର୍ଲିପ୍ତ ମହାନ୍ତି, ଅରିଜିତ ମହାନ୍ତି,ଆନନ୍ଦ ପ୍ରଧାନ,ସବ୍ୟସଚୀ ବେହେରା,କୃତୀରାଜ ଆଚାର୍ଯ୍ୟ ଆୟୋଜନ କରିଥିଲେ।