
ପୁରୀ : (ମନୋଜ କୁମାର ବଳିୟାରସିଂ)ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ, ଓଡିଶା ପକ୍ଷରୁ ୟୁଥ ହଷ୍ଟେଲ ପରିସରରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଆଜିର ଆଲୋଚନା ଚକ୍ରରେ ନୀଳାଦ୍ରୀ ମହୋଦୟ ଅଷ୍ଟମୀ ଓ ଶ୍ରୀଜଗନ୍ନାଥ ଶୀର୍ଷକ ବିଷୟବସ୍ତୁ ରହିଥିଲା l ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ ଶ୍ରୀମନ୍ଦିର ବରିଷ୍ଠ ସୁପକାର ସେବକ ଭଗବାନ ସୁଆର l ମୁଖ୍ୟଅତିଥି ରୂପେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ ପଟ୍ଟନାୟକ ଯୋଗଦେଇ କହିଲେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ବା ଶ୍ରୀମନ୍ଦିର ପ୍ରତିଷ୍ଠା ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ହୋଇଥିଲା l ଏହା ବ୍ରହ୍ମ ପୁରାଣରୁ ପ୍ରମାଣ ମିଳେ l ତେଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନାଦବ୍ରହ୍ମ, ଧ୍ୱନିବ୍ରହ୍ମ, ଜ୍ଞାନବ୍ରହ୍ମ, ଅନ୍ବବ୍ରହ୍ମ ଓ ଶବ୍ଦବ୍ରହ୍ମ ରୂପେ ଅଭିହିତ କରାଯାଏ l ନୀଳାଦ୍ରୀ ମହୋଦୟ ଅଷ୍ଟମୀ ଠାରୁ ମହାପ୍ରଭୁଙ୍କର ଦୈନଦିନ ନୀତି ଓ ସେବା ପୂଜା ପ୍ରଚଳନ ହେଉଛି l
ସମ୍ମାନିତ ବକ୍ତଭାବେ ପ୍ରାଧ୍ୟାପିକା ଡକ୍ଟର ପ୍ରୀତିଧାରା ସାମଲ କହିଲେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଶାବର ସଂସ୍କୃତି ସହ ସର୍ବଭାରତୀୟ ସଂସ୍କୃତିର ଆଧ୍ୟାତ୍ମିକ ସମନ୍ୱୟ ଘଟୁଛି l ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର କହିଲେ ଶ୍ରୀଜଗନ୍ନାଥ ଦର୍ଶନ ଭାରତର ଅଦ୍ଵିତୀୟ ଓ ଏହାର ବିକଳ୍ପ ନାହିଁ l ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ସସ୍ମିତା ସାହୁ, ଆଇନଜୀବୀ ବିନୟ ନୃସିଂହ ମହାପାତ୍ର, ଟ୍ରଷ୍ଟର ଉପଦେଷ୍ଟା ପୁଷ୍କର ମହାପାତ୍ର, ବରିଷ୍ଠ ସଦସ୍ୟା ପ୍ରତିଭା ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ l ପ୍ରାରମ୍ଭରେ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସୁଶ୍ରୀ କ୍ରିଷ୍ଣା ଦେବୀ l ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ ଐତିହାସିକ ମଦନମୋହନ ମହାପାତ୍ର l
ଆଲୋଚନା ଚକ୍ରରେ ପ୍ରଫେସର ପ୍ରମୋଦ କୁମାର ପଣ୍ଡା, ଡକ୍ଟର ପ୍ରମୋଦ ଦଳାଇ, ଡାକ୍ତର ସୌମ୍ୟକାନ୍ତ ପଣ୍ଡା, ପ୍ରାଧ୍ୟାପକ ସର୍ବେଶ୍ୱସର ଷଡ଼ଙ୍ଗୀ, ଡକ୍ଟର ହରପ୍ରିୟା ଦାସ, ଗବେଷକ ନାରାୟଣ ନନ୍ଦ, ସ୍ମୃତି ପଟ୍ଟନାୟକ, ଡକ୍ଟର ଅଭିମନ୍ୟୁ ଭୂୟାଁ, ସାରଙ୍ଗଧରଷଡ଼ଙ୍ଗୀ, ପଣ୍ଡିତ ଦୟାନିଧି ତ୍ରିପାଠୀ, ଇଂ କେଶବ ଚନ୍ଦ୍ର ପାତ୍ର, ଡକ୍ଟର କାର୍ତ୍ତିକ କୁମାର ଦାସ, ଡକ୍ଟର ସସ୍ମିତା ମିଶ୍ର, ଆଶାଲତା ପ୍ରଧାନ ଓ ରଚିତା ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ବିବିଧ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା l ଆଲୋଚନା ଚକ୍ର ପରିଚାଳନରେ ସହଯୋଗ କରିଥିଲେ ଚନ୍ଦ୍ରମଣି ଦାଶ, ଦେବୀଦତ୍ତ ମିଶ୍ର ତୃପ୍ତି ପଣ୍ଡା, ଅର୍ଣ୍ଣପୂର୍ଣ୍ଣା ଦେବୀ,ଶ୍ରୀଧର ସ୍ୱାଇଁ, ରାଜେଶ ବେହେରା ପ୍ରମୁଖ l ପରି ଶେଷରେ ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l