ପୁରୀ: (ମନୋଜ କୁମାର ବଳୀୟାରସିଂ)ରଥଯାତ୍ରା ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ଜୋର୍ ଧରିଲାଣି I ରଥ ନିର୍ମାଣ କାମ ଜାରି ରହିଥ‌ିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଚାଲିଛି। ବିଶେଷକରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗକୁ ସୌନ୍ଦର୍ଯ୍ୟକରଣ କରାଯାଉଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହିସବୁ କାମ ବୁଲି ଦେଖୀବା ସହ ଏହାର ସମୀକ୍ଷା କରିଛନ୍ତି |

ଗୁଣ୍ଡିଚା ମନ୍ଦିର ସିଂହଦ୍ବାର କଡ଼ରେ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି| ସେହିପରି ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଇଟ ପଥର ଲଗାଯାଉଛି। ମନ୍ଦିର ପାଚେରୀକୁ ଲଗାଇ ବହୁ ବଡ଼ ବଡ଼ ଗଛ ରହିଛି। ସେହିସବୁ ଗଛ ମୂଳରେ ନୂତନ ଭାବେ ପିଣ୍ଡି ନିର୍ମାଣ ହେଉଛି |

ଗଛଗୁଡ଼ିକର ଯେପରି କୌଣସି ଅସୁବିଧା ନ ହେବ ତାହାକୁ ନଜରରେ ରଖୀ ଉଚ୍ଚ ଉଚ୍ଚ ପିଣ୍ଡି କରାଯାଉଛି। ଏହାବ୍ୟତୀତ ଅନ୍ୟାନ୍ୟ କାମ ସବୁ ବୁଲି ଦେଖୁଥିଲେ ମୁଖ୍ୟ ପ୍ରଶାସକ | ଆସନ୍ତା ୧୫ ତାରିଖ ସୁଦ୍ଧା ସବୁ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି I ତେଣୁ ଅଧିକ ଲୋକ ଲଗାଇ କାମ ଶୀଘ୍ର ଶେଷ କରିବା ପାଇଁ ନିର୍ମାଣ ଦାୟିତ୍ବରେ ଥ‌ିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ I