ପୁରୀ ୩୦/୪(ମନୋଜ କୁମାର ବଳିଆରସିଂ ) ମହାପ୍ରଭୁଙ୍କ ପରମ ଭକ୍ତ,ଗୀତଗୋବିନ୍ଦ ର ସ୍ରଷ୍ଟା ଶ୍ରୀ ଜୟଦେବଙ୍କ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଜି ପାଳିତ ହୋଇଥିଲା।ଜିଲ୍ଲା ପ୍ରଶାସନ ଓ ଶ୍ରୀଜୟଦେବ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଟାଉନ ଥାନା ଛକ ଠାରେ ଥିବା ଶ୍ରୀଜୟଦେବ ଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଶ୍ରୀଜୟଦେବ ମହାପ୍ରଭୁଙ୍କ ର ଜଣେ ପରମଭକ୍ତ।

ଶ୍ରୀଜୟଦେବ ଙ୍କ ରଚିତ ଗୀତ ଗୋବିନ୍ଦ ମହାପ୍ରଭୁଙ୍କ ର ଅତି ପ୍ରିୟ ବୋଲି ଡ.ମହାପାତ୍ର ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶ୍ରୀଜୟଦେବ ଫାଉଣ୍ଡେସନ ର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର, ସମ୍ପାଦକ ଅନାମ ଚରଣ ସାହୁ,ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ସଦସ୍ୟ ପୁଲକ ମିଶ୍ର ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଶ୍ରୀଜୟଦେବ ଫାଉଣ୍ଡେସନ ଆନୁକୂଲ୍ୟରେ ଯଜ୍ଞ ଆୟୋଜନ, ସଂକୀର୍ତ୍ତନ ପରିବେଷଣ,ସାଧାରଣ ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।