ପୁରୀ : (ମନୋଜ କୁମାର ବଳିଆରସିଂ )ମେ ୨୦ତାରିଖ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ କୁ ପୁରୀ ଜିଲ୍ଲାରେ ସଫଳ କରିବା ପାଇଁ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସର ପୁରୀ ଜିଲା ସ୍ତରୀୟ କନଭେସନ ,ପୁରୀ କୁଳମଣି ଭବନ ଠାରେ ଏପ୍ରିଲ ୨୭ ତାରିଖରେ ପ୍ରଦୀପ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଶ୍ରମିକ ସ୍ଵାର୍ଥ ନିରୋଧି ପୁଞ୍ଜିପତି ଙ୍କ ସ୍ଵାର୍ଥ ରକ୍ଷାକାରି ବିଜେପି ସରକାରର ନୂତନ ଶ୍ରମ ଆଇନକୁ ବାତିଲ କରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡରସନ ମାନଙ୍କର ଦେଶବ୍ୟାପୀ ଶ୍ରମିକ ଧର୍ମଘଟ କୁ ପୁରୀ ଜିଲ୍ଲାରେ ସଫଳ କରିବାପାଇଁ ଏ .ଆଇ. ଟି. ୟୁ. ସି ସହ ବନ୍ଧିତ ବିଭିନ୍ନ ଶ୍ରମିକ ସଂଘଠନ ନିଷ୍ପତ୍ତି ନେଲେ।

କନଭେନସନରେ ନୀଳଗିରି ମୋଟର କର୍ମଚାରୀ ସଂଘ ,ପୁରୀ,ପୂର୍ବ ତଟ ରେଳବାଇ ଠିକା ଶ୍ରମିକ ସଂଘ ,ପୁରୀ ବିଦ୍ୟୁତ କର୍ମଚାରୀ ସଂଘ,ନିର୍ମାଣ ଶ୍ରମିକ ସଂଘ ,ଅଙ୍ଗନବାଡ଼ି କର୍ମୀ ସଙ୍ଘ ,ଆଶା କର୍ମୀ ସଂଘ,ସୁନାର ଗୌରାଙ୍ଗ ଅଟୋ ଚାଳକ ସଙ୍ଘ,ମୁଣ୍ଡିଆ ମରା ଅଟୋ ଚାଳକ ସଙ୍ଘ,ସିପଶୁରବାଲି ଅଟୋଚାଳକ ସଙ୍ଘ ,ଗ୍ରୀନସିଟି ଅଟୋଚାଳକ ସଙ୍ଘ,ଉଦ୍ୟାନ ସାଥି ସଙ୍ଘ ପ୍ରଭୃତି ଶ୍ରମିକ ୟୁନିୟନ ର ପ୍ରତିନିଧି ମାନେ କନଭେନ୍ସନରେ ଯୋଗ ଦେଇଥିଲେ ।

ଏଆଇଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା,ପୁରୀ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,ଅଜୟ କୁମାର ମିଶ୍ର, ମନୋରଞ୍ଜନ ପରିଡା,ସୁରେଶ ଚନ୍ଦ୍ର ବିଶ୍ୱାଳ,ବିପିନ ସାହୁ,ଗୋଲଖ ନାୟକ,ବନମାଳୀ ସାହୁ ପ୍ରମୁଖ ଶ୍ରମିକ ନେତା ମାନେ ନୂଆ ଶ୍ରମ ଆଇନ ଭାରତର ଶ୍ରମିକ ଶ୍ରେଣୀକୁ ଗୋତି ଶ୍ରମିକ କରିଦେବ ବୋଲି ଅଭିଯୋଗ କରିଥିଲେ।ନୂଆ ଶ୍ରମ ଆଇନ ବହୁ ଦେଶୀୟ ପୁଞ୍ଜି ପତିଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଭାରତରେ ଏକ ବିଶାଳ ବେକାର ବାହିନୀ ସୃଷ୍ଟି କରିବ ବୋଲି ଅଭିଯୋଗ କରିଥିଲେ।