ପୁରୀ : (ମନୋଜ କୁମାର ବଳିଆରସିଂ ) କାଶ୍ମୀରରେ ହିନ୍ଦୁ ମାନଙ୍କୁ ବର୍ବରତାର ସହିତ ହତ୍ୟା କରାଯାଇଥିବାରୁ ପୁରୀ ମୋର୍ଣିଂ ୱର୍ରିଅର୍ସ କ୍ଲବ ତରଫରୁ ମହମବତୀ ଶୋଭାଯାତ୍ରା।ମୋର୍ଣିଂ ୱାରୀୟର୍ସ ସଭାପତି ବିକ୍ରମ ରାୟ, ସମ୍ପାଦକ ସୁନିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା ।

ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ଜୟନ୍ତ ଦାସ,ବୁବୁ ସାହୁ ,ଦିଲୀପ ଜେନା,ପ୍ରମୋଦ ପ୍ରଧାନ,ରଞ୍ଜିତ ସାହୁ ,ଏବଂ ଅନ୍ୟମାନେ ଉପସ୍ଥିତ ରହି ପାକିସ୍ତାନ ର ପତାକା ପୋଡ଼ା ଯାଇଥିଲା । ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମାନ୍ୟବର ଗୃହ ମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ କରାଯାଉ ଏବଂ ଆତଙ୍କବାଦି ଙ୍କୁ ନିପାତ କରାଯାଉ ।