
ପୁରୀ : (ମନୋଜ କୁମାର ବଳିଆର ସିଂ )’ନାରୀ ନିର୍ଯ୍ୟାତନା ଓ ବର୍ଦ୍ଧିତ ରନ୍ଧନ ଗ୍ୟାସ ଦର’ ବିରୋଧ ରେ କଂଗ୍ରେସ ତରଫରୁ ପୁରୀରେ ପ୍ରତିବାଦ ।
ପୁରୀ :ରାଜ୍ୟରେ ନାରୀ ଅସୁରକ୍ଷିତ ନାରୀମାନେ ନିଖୋଜ ହେବା ,ସ୍କୁଲରେ ଅଧ୍ୟାୟନ କରୁଥିବା ଛାତ୍ରୀ ଗର୍ଭବତୀ ଓ ପିଲା ଜନ୍ମ କରିବା,ବ୍ଲଳାତ୍କାରର ଶିକାର ହେବା ଘଟଣା ଏହା ପ୍ରମାଣିତ କରୁଛି ।ସେହିପରି ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି ।
ଯାହା ଗରିବ ଅସହାୟ ପରିବାରଙ୍କ ପେଟ କୁ ଲାତ ସଦୃଶ ।ବିଜେପି ସରକାର ଶାସନକୁ ଆସିବା ପରେ ପ୍ରାୟ ସମସ୍ତ ଦରଦାମ ଦ୍ୱିଗୁଣିତ ବୃଦ୍ଧି ପାଇଛି।ଯାହାକୁ କେବେଭି ବରଦାସ୍ତ କରାଜବନି ବୋଲି ପୁରୀ କଂଗ୍ରେସ ନେତୃବୃନ୍ଦ କହିବା ସହିତ ନାର ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ,ହତ୍ୟା ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ପୁରୀ କଂଗ୍ରେସ ର ନେତୃବୃନ୍ଦ ମାନେ କହିଛନ୍ତି।