ମହାନଦୀ ଆଳତୀ ଘାଟ ରେ ମହାସମାରୋହରେ ପାଳନ 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )- ଭାରତରେ ଯୋଗ ଲୁକ୍କାୟିତ ରହିଥିବା ବେଳେ ବର୍ତ୍ତମାନ ଯୋଗର ପ୍ରଚାର ପ୍ରସାର ବୃଦ୍ଧି ପାଉଛି l ୧୧ ତମ ବିଶ୍ଵ ଯୋଗ ଦିବସ ସରକାରୀ ଓ ବେସରକାରୀ ସ୍ତରରେ ଅନୁଷ୍ଠିତ ହୋଇଯାଇଛି l ଐତିହାସିକ ମହାନଦୀ ଆଳତୀ ଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ଯୋଗ ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ l ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମସ୍ତେ ଶୁଣିଥିଲେ l

ଯୋଗ ଗୁରୁ ଦେବାଶିଷ ପୁରୋହିତ ଓ ଯୋଗ ଶିକ୍ଷକ ଦିଲ୍ଲୀପ କୁମାର ଚୌଧୁରୀ ପ୍ରୋଟୋକଲ ଅନୁସାରେ ଯୋଗାଭ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନିଶା ନିବାରଣ ଉପରେ ପରିବେଷଣ କରଯାଇଥିଲା l ଏହି ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ଶିବିରରେ ଯୋଗ ଶିକ୍ଷକ ଶିକ୍ଷୟିତ୍ରୀ ନଟବର ଅଗ୍ରୱାଲା, ସମୀର କୁମାର ସାହୁ, ଦାମୋଦର ମିଶ୍ର, ବିକାଶ ଅଗ୍ରୱାଲା, ସୂର୍ଯ୍ୟ ନାରାୟଣ ପଣ୍ଡା, ଗିତାରାଣୀ ପଣ୍ଡା, ଲଳିତା ଅଗ୍ରୱାଲା, ରଶ୍ମିତା ବାରିକ, ଲିପ୍ସା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମହାନଦୀ ଆଳତୀ ଘାଟରେ ମାଗଣା ଯୋଗ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାକୁ ଅନୁରୋଧ କରଯାଇଥିଲା l

ଭାରତ ସ୍ବାଭିମାନ ଟ୍ରଷ୍ଟ ର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ l ଟାଉନହଲ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବେ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଏବଂ ଯୋଗଗୁରୁ ଭାବେ ନଟବର ଅଗ୍ରୱାଲା ଯୋଗାଭ୍ୟାସ କରାଇଥିଲେ l ବୌଦ୍ଧ ବ୍ଲକରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଯୋଗଗୁରୁ ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫ୍ରିଫେବ ଠାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୁରୁ ଓ ଯୋଗଗୁରୁ ଦେବାଶିଷ ପୁରୋହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ l ସେହିପରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି l ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ସମସ୍ତ ଯୋଗ ଶିକ୍ଷକ ଭାଇ ଭଉଣୀ ଦୈନିକ ଯୋଗାଭ୍ୟାସ ସହିତ ବିଶ୍ଵ ଯୋଗ ଦିବସ ପ୍ରୋଟୋକଲ ଅଭ୍ୟାସ କରିଥିଲେ l