
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଶୁକ୍ରବାର ଦିନ 10 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଜେଲରେ ଥିବା ବନ୍ଦୀ ମାନଙ୍କୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ l ଶ୍ରୀ ଦାଶ ସେଠାରେ ବନ୍ଦୀ ମାନଙ୍କୁ ଦିଆ ଯାଉଥିବା ଦୁଇଟି ବ୍ୟାଚର ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ସହ ତାଲିମ୍ ପୁସ୍ତକ ବଣ୍ଟନ କରିଥିଲେ |
ତା ସହିତ ତାଲିମ୍ ନେଉଥିବା ବନ୍ଦୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନେ ମୁକ୍ତ ହେବା ପରେ ଉକ୍ତ ତାଲିମର ବିନିଯୋଗ କରି ରୋଜଗାର ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ |, ଜିଲ୍ଲା ନ୍ୟାୟାଧୀଶ ପ୍ରତାପ କୁମାର ପାତ୍ର,ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ,ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,,ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ,ଜେନେରାଲ ମ୍ୟାନେଜର ଜିଲ୍ଲା ଶିଳ୍ପ କେନ୍ଦ୍ର ଯୋଗେଶ୍ୱର ବିଶି 12.30pm ରେ ମଧ୍ୟ visit କରିଥିଲେ
interacted with inmates..ବହୁତ ଖୁସି ବ୍ୟକ୍ତ କରିଥିଲେ। ପ୍ରଶିକ୍ଷଣ ଦେଉଥିବା ସନ୍ ସ୍ଥା ବି.ଭି.ଜି. ଇଣ୍ଡିଆ ଲିମିଟେଡ଼୍ ତଥା କୟେଦି ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ। ଜିଲ୍ଲାପାଳଙ୍କ ପ୍ରସ୍ତାବ ମତେ ଏହିଭଳି ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କୁ ଜିଲ୍ଲା ଜଜ୍ ଏବଂ ଜିଲ୍ଲାପାଳ ବହୁତ ପ୍ରଶଂସା କରିଥିଲେ।କାରାଗାରରୁ ମୁକ୍ତି ପାଇବା ପରେ ସେମାନଙ୍କ ପାଇଁ ₹18000/- ରୁ 20000 ଔର୍ଧ ମାସିକ ଦରମାରେ ନାମିଦାମୀ ମୋବାଇଲ କମ୍ପାନୀରେ ନିଶ୍ଚିତ ନିଯୁକ୍ତିର ବ୍ୟବସ୍ଥା ଅଛି।