ଅଭିଯୋଗ ପରେ ଚେଇଁ ଶୋଇଛି ଉଭୟ ବିଭାଗ

କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ତହସିଲ ଓ କାଶୀପୁର ବନାଞ୍ଚଳ ଅଧିନ ରେ ଥିବା ଏକ ସଂରକ୍ଷିତ ଜଙ୍ଗଲ ଓ ସଂଲଗ୍ନ ରେ ଥିବା ଏକ ବିରାଟ ରାଜସ୍ୱ ଜମିରେ କିଛି ଦୁର୍ବୁତ୍ତ ଯାତାୟାତ ନିମନ୍ତେ ଜଙ୍ଗଲ କୁ ଜେସିବି ସାହାଯ୍ୟରେ କାଟି ସେଠାରେ ରାସ୍ତା ନିର୍ମାଣ କରିବା ସହିତ ବ୍ୟବସାୟୀ ଭିତ୍ତିକ ନୀଳଗିରି ଚାଷ କରି ଆସୁଛନ୍ତି ।ଉକ୍ତ ବିବାଦୀୟ ସ୍ଥାନ ଟି ହେଉଛି କୋଡିପାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେରିଙ୍ଗିନୀ ଗ୍ରାମ ର ସର୍ଗିଗୁଡା ବିଟ । ଗାଁ ନିକଟରେ ଥିବା ଦୀର୍ଘଦିନ ର ଏକ ସଂରକ୍ଷିତ ଜଙ୍ଗଲ ର ପଛ ପଟେ ଏକ ବିଶାଳ ରାଜସ୍ୱ ଜମି ରହିଅଛି ଯୋଉଠାରେ ଗ୍ରାମବାସୀ ସମୂହ ଚାଷ କରି ପେଟପାଟଣା କରିଆସୁଥିଲେ ।

ଉକ୍ତ ରାଜସ୍ୱ ଜମି କୁ କିଛି ବର୍ଷ ହେବ ଦୁର୍ବୁତ୍ତ ମାନେ ବନ ବିଭାଗ ର କର୍ମଚାରୀ ଙ୍କୁ ହାତେଇ ସେଠାରେ ଜଙ୍ଗଲ ସଫା କରି ଜେସିବି ମେସିନ ଦ୍ୱାରା ରାସ୍ତା ନିର୍ମାଣ କରିଛନ୍ତି । ପୁଣି ଉକ୍ତ ରାସ୍ତା ସାହାଯ୍ୟ ରେ ସେହିବାଟ ଦେଇ ଜଙ୍ଗଲ ନିକଟରେ ଥିବା ରାଜସ୍ୱ ଜମୀରେ ଗ୍ରାମବାସୀ ଙ୍କୁ ପ୍ରଲଭିତ କରି କିଛି ଦୁର୍ବୁତ୍ତ ବ୍ୟବସାୟୀ ଭିତ୍ତିକ ନୀଳଗିରି ପ୍ଲାଣ୍ଟେସନ କରିଥିଲେ । ହେଲେ ଉକ୍ତ ନୀଳଗିରି ପ୍ଲାଣ୍ଟେସନ କୁ ରାତାରାତି ବିକ୍ରି କରୁଥିବା ଖବର ପାଇ ଗ୍ରାମବାସୀ ମଧ୍ୟରେ ବର୍ତ୍ତମାନ ଏକ ଅସନ୍ତୋଷ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଗ୍ରାମବାସୀ ଦୁର୍ବୁତ୍ତ ମାନ ଙ୍କ ବିରୋଧ ରେ ବନବିଭାଗ ଓ ରାଜସ୍ୱ ବିଭାଗ କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏହି ଘଟଣା କୁ କେନ୍ଦ୍ର କରି ରାୟଗଡା ଜିଲ୍ଲାପାଳ ଏବଂ ଜିଲ୍ଲା ବନ ବିଭାଗ ଅଧିକାରୀ ଙ୍କୁ ମଧ୍ୟ ଗ୍ରାମ ବାସୀ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି।ଏଥିରେ ସ୍ପଷ୍ଟ ଅନୁମେୟ ଯେ ବିନା ବିଭାଗୀୟ ପ୍ରତ୍ସାହନ ରେ ବ୍ୟବସାୟୀ ଭିତ୍ତିକ ଚାଷ କିଭଳି ସମ୍ଭବ ହେଇପାରିଛି ।

ଏଭଳି ସ୍ଥିତିରେ କାଶୀପୁର ବ୍ଲକ ର କିଛି ଗଣମାଧ୍ୟମ ପ୍ରତିନିଧିମାନେ ସଂପୃକ୍ତ ଅଞ୍ଚଳ ର ବନ କର୍ମଚାରୀ ଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ସେ ଏହି ଘଟଣାକୁ କାଶୀପୁର ବନାଞ୍ଚଳ ଅଧିକାରୀଙ୍କ ସଂଜ୍ଞା ରେ ନେବା ଆବଶ୍ୟକତା ନୁହଁ ଏହା ଆମ ତଦନ୍ତ ଅତର୍ଭୁକ୍ତ ରେ ଅଛି ଓ ସମାଧାନ ହୋଇ ଯିବା ଭଳି ସନ୍ତଷଜନକ ପ୍ରତିଉତ୍ତର ନ ଦେଇ ଚାଲି ଯାଇଥିଲେ । ଆଶ୍ଚର୍ଯ୍ୟ ର ବିଷୟ ଘଟଣା ଟି ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ ଦିନ ବିତିଗଲା ପରେ ମଧ୍ୟ କାଶୀପୁର ବନାଞ୍ଚଳ ଅଧିକାରୀ ଘଟଣା ସମ୍ପର୍କ ରେ ସମ୍ପୂର୍ଣ ଅନଭିଜ୍ଞ ବୋଲି ପ୍ରତିକ୍ରିୟା ଦେଇଛନ୍ତି।ଯଦି ସଂପୃକ୍ତ ଘଟଣା କୁ ଉଭୟ ସରକାରୀ ବିଭାଗ ଗ୍ରାମବାସୀ ଙ୍କର ହିତଉଦେଶ୍ୟ ରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ନ କରନ୍ତି ତାହେଲେ ଗ୍ରାମବାସୀ ମଧ୍ୟରେ କିଛି ଅଘଟଣ ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।