
କାଶୀପୁର ; ୧୦/୧୧(ଅଞ୍ଜନ କୁମାର ନାଏକ)ରିଖ ରାୟଗଡା ବିଜୁ ପଟ୍ଟନାୟକ ଅଡିଟରୀୟମ ଠାରେ ଏକ ଦିବାସୀୟ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ଉକ୍ତ ମେଳାରେ ବିଭିନ୍ନ ଷ୍ଟଲ ମଧ୍ୟମରେ ଖାଦ୍ୟ ଶସ୍ୟ ଏବଂ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ସହ ପ୍ରଦର୍ଶନୀ କରାଯାଇଥିଲା।
ଏହି ଅବସରରେ ସମନ୍ୱିତ କୃଷି ପ୍ରକଳ୍ପ ଷ୍ଟୋଲ ମାଧ୍ୟମରେ ଉନ୍ନତ ଧରଣର ସମନ୍ୱିତ କୃଷି ଯଥା କୁକୁଡ଼ା ଚାଷ, ମାଛ ଚାଷ, ମହୁ ଚାଷ, ଫୁଲ ଚାଷ, ମିଶ୍ରିତ ପୋଷଣ ବଗିଚା ଓ ଗୃହ ପାଳିତ ପଶୁ ପାଳନ ସହ ଜୈବିକ ଖତ ପ୍ରସ୍ତୁତି ଓ ଏହାକୁ କିପରି କୃଷି କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ଏବଂ ପାରମ୍ପରିକ କୃଷି, ମୃତିକାର ଉର୍ବରତା ବଞ୍ଚାଇବା ସହ ୬୮ ପ୍ରକାରର ବିହନ WASSAN ଦ୍ଵାରା ପ୍ରଦର୍ଶନୀ କରାଯାଇଥିଲା।
ଏହି ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଅବସରରେ ମାନ୍ୟବର ରାୟଗଡା ବିଧାୟକ ଶ୍ରୀ ଆପଲ ସାମି କାଡ୍ରାକା ମୁଖ୍ୟ ଅତିଥି ଓ ସନ୍ନମାନିତ ଅତିଥି ଭାବେ ମାନ୍ୟବର ବିଷମକଟକ ବିଧାୟକ ଶ୍ରୀ ନୀଳମାଧଵ ହିକକା ଉପସ୍ଥିତ ଥିଲେ। ଅଭିଭକ୍ତ କରାପୁଟ ଜିଲ୍ଲା ରେ ବିଭିନ୍ନ ପ୍ରଜାତିର ପାରମ୍ପରିକ କୃଷି ଶସ୍ୟ ଚାଷ ମଧ୍ୟରେ ମାଣ୍ଡିଆ ଅନ୍ୟତମ। ମାଣ୍ଡିଆକୁ କେବଳ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଭଳି ଅନ୍ୟ କିଛି ସମ୍ପ୍ରଦାୟ ର ଲୋକଙ୍କ ପ୍ରମୁଖ ଖାଦ୍ୟ ଭାବେ ରାଜ୍ୟରେ ପରିଗଣିତ ହେଉଥିଲା। କିନ୍ତୁ ମାଣ୍ଡିଆକୁ ଆଜି ଅଭିଭକ୍ତ କରାପୁଟ ବାସୀଙ୍କ ପ୍ରଚେଷ୍ଟା ରେ ବିଶ୍ୱଦରବାର ରେ ମାଣ୍ଡିଆ ଏକ ଖାଦ୍ୟ ଯାହା ସ୍ୱାସ୍ଥ୍ୟ ପକ୍ଷେ ବହୁ ଉପକାରୀ ଏବଂ ଆନ୍ତର୍ଜାତିକ ସ୍ତରରେ ମାଣ୍ଡିଆ ଦିବସ ପାଳନ ଜରାଗଲା।ଜିଲ୍ଲାରେ ମାଣ୍ଡିଆର ଚାହିଦା ଅଧିକା ଥିବା ହେତୁ ଚାଷୀଙ୍କୁ କପା ବ୍ୟତୀତ ମାଣ୍ଡିଆ ଚାଷ ସହିତ ମାଣ୍ଡିଆ ଖାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ଟି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ସଂସଦ ପ୍ରତିନିଧି ସୁଧୀର ଚନ୍ଦ୍ର ପଣ୍ଡା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରି ଡା. ମମତା ଚୌଧୁରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡା.ଦେବରାଜ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିମା ପ୍ରଧାନ, କୃଷି ବିଶେଷଜ୍ଞ ଡା. ରାଜୀବ ଟୁଡୁ, ଡା. ଏନ. ରାମ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଟି ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା ଏବଂ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।