ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ପଂଚାୟତ ତଳଗାଁ ଏଠାରେ ଆଦିବାସୀ ହରିଜନ ଅତି ସରଳ ବିଶ୍ୱାସ ଭାଜନ ଅଟନ୍ତି l ହେଲେ ଏମାନଙ୍କୁ ସରଳ ଭାବି ପଂଚାୟତ ର ସରକାରୀ ବାବୁ ମାନେ ମନ ଇଚ୍ଛାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଥାନ୍ତି l ଯାହାକି ସରକାର ପଂଚାୟତ ସ୍ତରରେ ଏକ ଗୁରୁତ୍ୱ ପୂର୍ଣ୍ଣ ଗ୍ରାମ ସଭା କରି ଜନ ସାଧାରଣ ଙ୍କ ଏବଂ ହିତାଧିକାରୀ କିଭଳି ଭାବେ ସରକାରଙ୍କ ଯୋଜନା ଠିକ ଭାବେ ପାଇପାରିବେ ତାର ମୁଳ ଲକ୍ଷ l ହେଲେ ଦୁଃଖର ବିଷୟ ପଂଚାୟତ ରେ ରହିଛି ଛୋଟ ବଡ 42 ଟି ରାଜସ୍ୱ ଗ୍ରାମ କିନ୍ତୁ ଏହି ଗ୍ରାମ ସଭା ପାଇଁ ଏକ ନୋଟିସ କିମ୍ବା ମାଇକ ବା ଡିଣ୍ଡିମ ବାଡେଇ ଅଧିକ ରୁ ଅଧିକ ପଂଚାୟତ ବାସି, ମହିଳା ସ୍ୱୟଂ ସହାୟକ ଦଳ, ଆଶା, ଅଙ୍ଗନବାଡି କର୍ମୀ ଏବଂ ସମସ୍ତ ବିଭାଗ ର ପଂଚାୟତ ସ୍ତରୀୟ ଅଧିକାରୀ ରହିବା ପାଇଁ ନିୟମ ରହିଛି l ସତ କିନ୍ତୁ ଏହି ପଂଚାୟତ ର ପିଅନ ଦ୍ୱାରା କିମ୍ବା କୌଣସି ମତେ କାହାକୁ କୁହା ଯାଉନି l
ତଥାପି ଜନସାଧାରଣ ଶୁଣା ଶୁଣି ରେ ପ୍ରାୟ ତିନିଶହ ରୁ ଉର୍ଦ୍ଧ ଲୋକ ଏହି ଗ୍ରାମ ସଭାରେ ଉପସ୍ଥିତ ଥିଲେ l ହେଲେ ଏଥିରେ ସରପଞ୍ଚ ପ୍ରତିମା କଂହର, ପି ଇ ଓ ଦିପ୍ତୀରଂଜନ ପ୍ରଧାନ,ଏଡିଇଓ ଜୟକୃଷ୍ଣ ରଣା ଏବଂ ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ମିଶନ ଶକ୍ତି ର ମା ମାନେ ଉପସ୍ଥିତ ଥିଲେ l ହେଲେ ଜନ ସାଧାରଣ ସଭା ପୂର୍ବରୁ ଗ୍ରାମ ସଭା ବାବଦରେ କିଛି ପ୍ରଶ୍ନ କରିଥିଲେ ଏବଂ ହିତାଧିକାରୀ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଆମ୍ଭ ଙ୍କୁ କଣ ପାଇଁ ସାମିଲ କରାଯାଉ ନାହିଁ ଏବଂ ଗ୍ରାମ ସଭା ମନ ଇଚ୍ଛାରେ କରୁଛ ତାର ପ୍ରତୀତ୍ୱର ନ ଦେଇ ପରି ହୋ ହାଲl କରି ଅଧଘଂଟାରେ ଗ୍ରାମ ସଭାକୁ ବନ୍ଦ କରି ଦେଇ ଥିଲେ ପଂଚାୟତ କର୍ତଵ୍ୟ୍ତୃପକ୍ଷ ଏହାରି ପ୍ରତିବାଦ ରେ କିଛି ସମୟ ଚାପା ଉତେଜନା ଦେଖାଦେଇଥିଲା l ଏଣୁ ଏହି ଗ୍ରାମ ସଭା କିଭଳି ଭାବେ ଆଗାମୀ ଦିନରେ ଠିକ ଠାକ ଭାବେ ହେବ ସେଥିପାଇଁ ଜ଼ିଲ୍ଲା ପାଳ ସମ୍ପୂର୍ଣ ପଦ କ୍ଷେପ ନେବା ପାଇଁ ଜନ ସାଧାରଣ ଦାବି କରିଛନ୍ତି l