ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ମାନସିକ ସ୍ଵାସ୍ଥ୍ୟ ଆଜିର ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ପ୍ରତ୍ୟେକ ମଣିଷର ମାନସିକ ସ୍ଵାସ୍ଥ୍ୟ ଠିକ୍ ରହିବା ନିହାତି ଦରକାର । କିଭଳି ମାନସିକ ଅସୁସ୍ଥତା ବ୍ୟକ୍ତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ପାରିବ ସେଥିପାଇଁ YCDA ବାଉଁଶୁଣି ଓ ବି.ଏନ୍.ଆଇ ବାଙ୍ଗାଲୋର ର ମିଳିତ ଭାବରେ ହରଭଙ୍ଗା ବ୍ଲକ୍ ର ମଥୁରା ପଞ୍ଚାୟତ ଠାରେ ପନ୍ଦରଟି ପଞ୍ଚାୟତ ର ମାନସିକ ଅସୁସ୍ଥତା ପରିବାର ର ସଦସ୍ୟ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ ବି.ଏନ୍.ଆଇ ବାଙ୍ଗାଲୋର ର ସୁଜାତା ଭି, ଜନ ଫର୍ଣାଣ୍ଡିସ, ରାଜୀବ କର୍ମୀ ମୁଖ୍ୟତଃ ଯୋଗିଦେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ପରିବାର ବର୍ଗ ମାନସିକ ଅସୁସ୍ଥତା ବ୍ୟକ୍ତି ର ବିକାଶ ପାଇଁ କଣ ସବୁ ଅସୁବିଧା ହୋଇଥାଏ ଓ କିପରି ଆଗାମୀ ଦିନରେ ଏହାକୁ ସମାଧାନ କରାଯାଇପାରିବ ଓ ସଚେତନତା କୁ ଅଧିକ ତ୍ଵରାନିତ କରାଯାଇ ପାରିବ ସେଥିପ୍ରତି ନିଜର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ YCDA ର ବ୍ଲକ ସଂଯୋଜକ ଗିରିଶ ମେହେର ଓ କ୍ଷେତ୍ର ସଂଯୋଜକ ସୁପ୍ରିତୀ ଦେହୁରୀ ପରିଚାଳନା କରିଥିବାବେଳେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ମାନେ ସହାୟତା କରିଥିଲେ ।